ଜରାଜୀର୍ଣ୍ଣ ଅବସ୍ଥାରେ ଗାନ୍ଧୀପାର୍କ
ଆଠମଲ୍ଲିକ, ୩୦।୭(ଡି.ଏନ.ଏ.)ଜନସାଧାରଣଙ୍କ ଚିତ୍ତବିନୋଦନ ଏବଂ ଅଞ୍ଚଳର ସୌନ୍ଦର୍ଯ୍ୟ ବୃଦ୍ଧି କରିବାକୁ ଆଠମଲ୍ଲିକ ସହର ପ୍ରବେଶ ଦ୍ୱାରରେ ନିର୍ମାଣ ହୋଇଥିଲା ଗାନ୍ଧୀପାର୍କ। ହେଲେ ପରିଚାଳନାଗତ ଅବ୍ୟବସ୍ଥାରୁ ଏହା ଏବେ ଜରାଜୀର୍ଣ୍ଣ ହୋଇପଡ଼ିଛି। ଏକଦା ସହରବାସୀଙ୍କୁ ଆକୃଷ୍ଟ କରୁଥିବା ଉକ୍ତ ପାର୍କକୁ ଏବେ ଲୋକେ…
ଏନ୍ଟିପିସିରେ ଘୋର କୋଇଲା ସଙ୍କଟ
ତାଳଚେର, ୩୦ା୭ (ନି.ପ୍ର.) ଅନୁଗୋଳ ଜିଲା କଣିହାଁ ସ୍ଥିତ ମହାରତ୍ନ କମ୍ପାନୀ ଏନ୍ଟିପିସି ବିଦ୍ୟୁତ୍ ପ୍ରକଳ୍ପରେ ଘୋର କୋଇଲା ସଙ୍କଟ ଦେଖାଦେଇଛି। ଭରତପୁର କୋଇଲା ଖଣିଠାରେ ଅତଡା ଖସିବା ଘଟଣା ପରେ ଗତ ୨୫ ତାରିଖରୁ ସମସ୍ତ ଖଣି ବନ୍ଦ ରହିଛି।…
ଜାତୀୟ କିକ୍ ବକ୍ସିଂରେ ଚମକିଲେ ଢେଙ୍କାନାଳର କ୍ରୀଡ଼ାବିତ୍
ଢେଙ୍କାନାଳ ଅଫିସ, ୩୦ା୭ ହରିୟାଣାର ରୋହତକରେ ଆୟୋଜିତ ଜାତୀୟ ସିନିୟର କିକ୍ ବକ୍ସିଂ ପ୍ରତିଯୋଗିତାରେ ଚମକିଛନ୍ତି ଢେଙ୍କାନାଳର କ୍ରୀଡ଼ାବିତ୍। ଏଥିରେ ଭାଗ ନେଇଥିବା ଖ୍ୟାତନାମା ମହିଳା କିକ୍ବକ୍ସର କୀର୍ତ୍ତିରାଣୀ ସାହୁ ୩ଟି ସ୍ବର୍ଣ୍ଣପଦକ ହାସଲ କରି ଜିଲାର ଗୌରବ ବଢ଼ାଇଛନ୍ତି। ସେହିପରି…
ଶ୍ରୀୟଙ୍କାଙ୍କୁ ବ୍ରୋଞ୍ଜ
ଭୁବନେଶ୍ୱର, ୩୦।୭(କ୍ରୀଡ଼ା ପ୍ରତିନିଧି)- ଓଡ଼ିଶାର ତାରକା ଶୁଟର ଶ୍ରୀୟଙ୍କା ଷଡ଼ଙ୍ଗୀ କ୍ୟାରିୟରରେ ଆଉ ଏକ ସଫଳତାଲାଭ କରିଛନ୍ତି। ନୂଆଦିଲ୍ଲୀରେ ଅନୁଷ୍ଠିତ ୧୨ତମ ସର୍ଦ୍ଦାର ସାଜନ ସିଂ ସେଠୀ ମେମୋରିଆଲ ମାଷ୍ଟର୍ସ ମିଟ୍ ଶୁଟିଂର ୧୦ ମିଟର ଏୟାର ରାଇଫଲ ମହିଳା ବ୍ୟକ୍ତିଗତ…
ଉଚ୍ଚ ରକ୍ତଚାପରୁ ଦୂରେଇ ରହିବା ପାଇଁ ସକାଳେ ଏଥିରୁ ପିଅନ୍ତୁ ଅଧାଗ୍ଲାସେ…
ସକାଳେ ଗୁଡ଼ପାଣି ପିଇଲେ ପାଚନ କ୍ରିୟା ସ୍ବାଭାବିକ ହୋଇଥାଏ। ଏଥିରେ ପ୍ରଚୁର ପରିମାଣରେ ପୋଟାସିୟମ୍ ଏବଂ ସୋଡିୟମ୍ ରହିଥାଏ। ଫଳରେ ରକ୍ତଚାପ ନିୟନ୍ତ୍ରଣ କରିବାରେ ଗୁଡ଼ପାଣି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଅଧାଗ୍ଲାସେ ଗୁଡ଼ପାଣି ନିୟମିତ ପିଇଲେ ଲିଭର ସମସ୍ୟା ଦୂର…
ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ୫ ଦିନିଆ କ୍ରିକେଟ ରୋମାଞ୍ଚକ ହେବ: କୋହଲି
ମୁମ୍ବାଇ,୩୦।୭(ପି.ଟି.)- ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ (ଡବଲ୍ୟୁଟିସି) ଅଗଷ୍ଟ ୧ରୁ ଆରମ୍ଭ ହେବାକୁ ଯାଉଛି। ଏହା ୫ ଦିନିଆ କ୍ରିକେଟରେ ରୋମାଞ୍ଚ ଭରିବ ବୋଲି ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ସୋମବାର ପ୍ରକାଶ କରିଛନ୍ତି। ଡବଲ୍ୟୁଟିସିର ପ୍ରଥମ ସଂସ୍କରଣରେ ଅଷ୍ଟ୍ରେଲିଆ,…
୩୪୬ଛାତ୍ରୀଙ୍କୁ ସାନିଟାରି ନାପ୍କିନ
ସୋନପୁର,୨୯।୭(ନି.ପ୍ର.): ସୋନପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ବିଦ୍ୟାଳୟସ୍ତରୀୟ ସ୍ବାସ୍ଥ୍ୟ ସଚେତନତା ଓ ସାନିଟାରି ନାପ୍କିନ ‘ଖୁସି’ ବଣ୍ଟନ କାର୍ଯ୍ୟକ୍ରମ ସୋମବାର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶାନ୍ତନୁ କୁମ୍ଭକାରଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା।…
ମନକୁ ଖୁସି ରଖିବା ପାଇଁ ପ୍ରତିଦିନ ଏଥିରୁ ଗୋଟିଏ…
ପ୍ରତିଦିନ ଲାଲ୍ ଲଙ୍କା ଖାଇଲେ ଶରୀରର ଅନେକ ଉପକାର ହୋଇଥାଏ। ଏଥିରେ କ୍ୟାପ୍ସେସିନ୍ ନାମକ ରାସାୟନିକ ପଦାର୍ଥ ରହିଥାଏ। ଏହା ସ୍ନାୟୁତନ୍ତ୍ରକୁ ସୁରକ୍ଷିତ ରଖିଥାଏ। ଏହା ମସ୍ତିଷ୍କରେ ଡୋରଫିନ୍ ହରମୋନ୍ କ୍ଷରଣକୁ ତ୍ୱରାନ୍ବିତ କରିଥାଏ। ଫଳରେ ମନରେ ଖୁସି ଜାତ ହୋଇ…
କୋରାପୁଟ: ସୋମବାର ୧୭୧୮.୬ ମିମି ବର୍ଷା ରେକର୍ଡ, କୋଟପାଡ଼ରେ ସର୍ବାଧିକ
କୋରାପୁଟ,୨୯।୭(ସ୍ବ.ପ୍ର.)- କୋରାପୁଟ ଜିଲାରେ ସୋମବାର ୧୭୨୮.୬ ମିଲିମିଟର ବର୍ଷା ହୋଇଥିବାବେଳେ ଜିଲାର କୋଟପାଡ ବ୍ଲକରେ ସର୍ବାଧିକ ୧୯୩ ମିମି ବର୍ଷା ହୋଇଥିବା ଜିଲା ଜରୁରୀ କାର୍ଯ୍ୟାଳୟ ସୂତ୍ରରୁ ଜଣାଯାଇଛି। ସେହିପରି ଜିଲାର ବୈପାରିଗୁଡା ବ୍ଲକରେ୧୭୫ ମିମି ବର୍ଷା ହୋଇଥିବାବେଳେ କୁନ୍ଦ୍ରା ବ୍ଲକରେ…
ଆମ୍ବବାଗାନ ଅଞ୍ଚଳରୁ ଚୋରି: ଘର ତାଲା ଭାଙ୍ଗି ଟଙ୍କା, ମୋବାଇଲ ନେଇଗଲେ, ପୋଲିସର ତଦନ୍ତ ଆରମ୍ଭ
ଯୋଡ଼ା,୨୯।୭(ଡି.ଏନ୍.ଏ.): କେନ୍ଦୁଝର ଜିଲା ଯୋଡ଼ା ସହର ୨ ନଂ ଓ୍ବାର୍ଡ ଆମ୍ବବାଗାନ ଅଞ୍ଚଳର ରୁଦ୍ର ନାରାୟଣ ପ୍ରଧାନଙ୍କ ଘରୁ ରବିବାର ବିଳମ୍ବିତ ରାତିରେ ଚୋରି ହୋଇଛି। ଏ ନେଇ ରୁଦ୍ର ସୋମବାର ସକାଳେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ,…
ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ: ଆଖି ବୁଜିଲେ ୧୫ ଦିନର ଶିଶୁ
ଶ୍ରୀନଗର,୨୯।୭: ପାକିସ୍ତାନ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ କରିବା ଫଳରେ ସୀମାରେ ଥିବା ଲୋକେ ବିନା ଦୋଷରେ ଜୀବନ ହାରୁଛନ୍ତି। ରବିବାର ବିଳମ୍ବିତ ରାତିରେ ପାକିସ୍ତାନ ପକ୍ଷରୁ ମୋର୍ଟାର ଓ ଗୁଳିମାଡ କରାଯିବାରୁ ଜମ୍ମୁ-କଶ୍ମୀରର ପୁଞ୍ଚ ଜିଲାରେ ୩ ଜଣ ନାଗରିକ ଆହତ…
ଭାଜପାକୁ ଟାର୍ଗେଟ କଲେ ମମତା
କୋଲକାତା,୨୯।୭: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିର୍ବାଚନ ପ୍ରକ୍ରିୟାରେ ସୁଧାର ଆଣିବାକୁ ଚେଷ୍ଟା କରୁଛନ୍ତି। ଏଥିପାଇଁ ସେ ସୋମବାର କହିଛନ୍ତି କି ସବୁ ରାଜନୈତୀକ ଦଳ ଭାଜପା ଭଳି ନୁହେଁ। ତ୍ରୁଣମୂଳ କଂଗ୍ରେସ ଏକ ଗରିବ ଦଳ ବୋଲି ସେ କହିଛନ୍ତି।…
Archives


