ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଏଣିକି ଶିକ୍ଷକମାନଙ୍କୁ ମିଳିବ କ୍ୟାଶଲେସ ଚିକିତ୍ସା ସୁବିଧା…

ଲକ୍ଷ୍ନୌ,୫।୯: ଏଣିକି ଉତ୍ତର ପ୍ରଦେଶର ସମସ୍ତ ସରକାରୀ ଶିକ୍ଷକ କ୍ୟାଶଲେସ ଚିକିତ୍ସାର ସୁବିଧା ପାଇବେ। ଏହି ଯୋଜନାର ଲାଭ ଶିକ୍ଷାମିତ୍ର ଏବଂ ଅନୁଦେଶକମାନଙ୍କୁ ମଧ୍ୟ ମିଳିବ। ପୂର୍ବ ରାଷ୍ଟ୍ରପତି, ମହାନ ଶିକ୍ଷାବିଦ ତଥା ‘ଭାରତ ରତ୍ନ’ ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଜୟନ୍ତୀ ତଥା ‘ଗୁରୁ ଦିବସ’ ଅବସରରେ ଲକ୍ଷ୍ନୌରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ବଡ଼ ଘୋଷଣା କରିଛନ୍ତି।
ଲକ୍ଷ୍ନୌର ଲୋକ ଭବନରେ ଆୟୋଜିତ ସମ୍ମାନ ସମାରୋହରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ଯେ, ଏବେ ସମସ୍ତ ଶିକ୍ଷକଙ୍କୁ କ୍ୟାଶଲେସ ଚିକିତ୍ସା ସୁବିଧା ପ୍ରଦାନ କରାଯିବ। ଏହି ଯୋଜନାର ଲାଭ ଶିକ୍ଷାମିତ୍ର ଏବଂ ଅନୁଦେଶକମାନଙ୍କୁ ମଧ୍ୟ ମିଳିବ। କେବଳ ଏତିକି ନୁହେଁ, ଶିକ୍ଷାମିତ୍ର ଓ ଅନୁଦେଶକମାନଙ୍କ ମାନଦେୟ ମଧ୍ୟ ବୃଦ୍ଧି କରାଯିବ। ଏଥିପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି। କମିଟିର ରିପୋର୍ଟ ଶୀଘ୍ର ଆସିବ, ଯାହା ପରେ ସେମାନଙ୍କ ମାନଦେୟ ବୃଦ୍ଧି କରାଯିବ ବୋଲି ସେ କହିଛନ୍ତି।