ନିଆଁ ଲାଗି କାଜୁ ଫସଲ ନଷ୍ଟ

କୋକସରା,୬ା୩(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଡ଼ହଗାଁ ପଞ୍ଚାୟତ ନାଗପଡା ନିକଟରେ ଥିବା କାଜୁ ଜଙ୍ଗଲ ସମେତ ଆଖପାଖ ଚାଷଜମିରେ ଗୁରୁବାର ନିଆଁ ଲାଗିଯାଇଥିଲା। ଫଳରେ କିଛି ସମୟ ମଧ୍ୟରେ ନିଆଁ କାଜୁ ଜଙ୍ଗଲକୁ ବ୍ୟାପୀ ଯାଇଥିଲା। ଏହା ଦେଖି ଗ୍ରାମର ଚାଷୀ ସୁଶିଲ ନାଗ ଅଗ୍ନିଶମ ବିଭାଗ କର୍ମଚାରୀଙ୍କୁ ଖବର ଦେଇଥିଲେ। କୋକସରା ଅଗ୍ନିଶମ ବିଭାଗ ଓଆଇସି ପ୍ରଶାନ୍ତ ବାଘଙ୍କ ନେତୃତ୍ୱରେ କର୍ମଚାରୀମାନେ ପହଞ୍ଚି ନିଆଁ ଲିଭାଇଥିଲେ। ତେବେ ଏଥିରେ ପାଖାପାଖି ୨ ଏକର ପରିମିତ ଜମିରେ ଥିବା କାଜୁ ଚାଷ ନଷ୍ଟ ହୋଇଥିବା ସୂଚନା ମିଳିଛି।

Share