ମାଲକାନଗିରି, ୧୫ା୨(ଦୁର୍ଯ୍ୟୋଧନ ପାତ୍ର):ନିର୍ବାଚନ ପ୍ରକ୍ରିୟା ସମୟରେ ଚିତ୍ରକୋଣ୍ଡାର କଂଗ୍ରେସ ବିଧାୟକ ମଙ୍ଗୁ ଖିଲ ମିଥ୍ୟା କାଗଜପତ୍ର ଦର୍ଶାଇବା ଓ ତାଙ୍କ ନାମରେ ମାମଲା ଥିବା ସତ୍ତ୍ୱେ ତାହା ଆଫିଡେଭିଟ୍ ସମୟରେ ଉଲ୍ଲେଖ ନ କରିବା ଅଭିଯୋଗ ନେଇ ଚିତ୍ରକୋଣ୍ଡାର ଆପ୍ ବିଧାୟକ ପ୍ରାର୍ଥୀ ଶରତ ବୁରୁଦା ମାଲକାନଗିରି ଆଦର୍ଶ ଥାନାରେ ଶୁକ୍ରବାର ଲିଖିତ ଅଭିଯୋଗ କରିଛନ୍ତି। ଏହି ଅଭିଯୋଗକୁ ଭିତ୍ତିକରି ଖିଲଙ୍କ ନାମରେ ନଂ.୧୬/୨୫ରେ ଏକ ମାମଲା ରୁଜୁ ହୋଇଛି।
ବୁରୁଦାଙ୍କ ଅଭିଯୋଗ ଅନୁଯାୟୀ, ୨୦୨୪ସାଧାରଣ ନିର୍ବାଚନ ସମୟରେ ମଙ୍ଗୁ ପ୍ରାର୍ଥତ୍ପତ୍ର ଦାଖଲ ସମୟରେ ବହୁ ବିଷୟ ଉଲ୍ଲେଖ କରି ନ ଥିବା ଅଭିଯୋଗ କରିଛନ୍ତି। ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲଙ୍କୁ ଏ ସମ୍ପର୍କରେ ପଚାରିବାରୁ ଶରତ ବୁରୁଦା ଯେଉଁ ଅଭିଯୋଗ କରିଛନ୍ତି, ତାହା ମିଥ୍ୟା ଓ କପୋଳକଳ୍ପିତ । ଏଥିରେ କୌଣସି ସତ୍ୟତା ନାହିଁ ବୋଲି ସେ କହିଛନ୍ତି ା