ଖଜୁରୀପଡ଼ା ୨୪।୧୧ ( ବିଦୁର ବେହେରା): ସମାଜରେ ଉତ୍ତମ ଶିକ୍ଷା, ସଂସ୍କାର,ଜ୍ଞାନ,ଆଚରଣ, ଉତ୍ତମ ବ୍ୟବହାର ସହିତ ଦିଗ ଦର୍ଶନ ଦେବାରେ ଶିକ୍ଷକମାନଙ୍କ ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ। କିନ୍ତୁ କିଛି କୁଅଭ୍ୟାସି ଶିକ୍ଷକମାନଙ୍କ କୁଅଭ୍ୟାସ ଯୋଗୁ ଶିକ୍ଷକ ସମାଜ ବେଳେ ବେଳେ କଳଙ୍କିତ ହେଉଛି। ଯାହା ଦ୍ୱାରା ଛାତ୍ରୀଛାତ୍ରମାନଙ୍କ ଭବିଷ୍ୟତ ଏବେ ଅନ୍ଧାର ଆଡକୁ ଯାଉଛି । ଯାହାର ଏକ ଉଦାହରଣ ଦେଖିବାକୁ ମିଳିଛି ଖଜୁରୀପଡ଼ା ଥାନା ଅଞ୍ଚଳରେ । ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଦୂତି ମେଣ୍ଡି ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ କାର୍ଯ୍ୟରତ ଥିବା ଅଧ୍ୟକ୍ଷ ଅନିଲ କୁମାର ସ୍ବାଇଁ ସୋମବାର ସନ୍ଧ୍ୟାରେ ଅତ୍ୟଧିକ ମଦ୍ୟପାନ କରି ବେପରୁଆ ଭାବେ ଗାଡ଼ି ଚଳାଉଥିବା ବେଳେ ତାଙ୍କୁ ଖଜୁରୀପଡ଼ା ପୋଲିସ ଅଟକାଇ ତନଖି ନେଇଥିଲା । ସେ ମଦ୍ୟ ପାନ କରି ବେଆଇନ ଭାବେ ବେପରୁଆ ଗାଡ଼ି ଚଳାଉଥିବାରୁ ତାଙ୍କ ନାମରେ ଥାନାରେ ୨୬୭/୨୫ ମାମଲା ରୁଜୁ କରାଯାଇ ଥିବା ଏସଆଇ ଦୀନବନ୍ଧୁ ପ୍ରଧାନ ସୂଚନା ଦେଇଛନ୍ତି । ଏଥିରୁ ଅନୁମେୟ କରାଯାଉଛି ଯେ ଅଧ୍ୟକ୍ଷ ଯଦି ମଦ ପିଇ ନିୟମ ଭଙ୍ଗ କରି ବିଚ ବଜାରରେ ଗାଡ଼ି ଚଳାଇବେ ତେବେ ସେ ସ୍କୁଲରେ ପଡ଼ୁଥିବା ଛାତ୍ରୀଛାତ୍ରମାନେ କ’ଣ ଶିକ୍ଷା ପାଇବେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।