Fire. (File Photo: IANS)
ଭୋପାଳ,୧୧।୬: କଂଗ୍ରେସ ନେତା ଦିଗ୍ବିଜୟ ସିଂହ ଓ ପି.ସି ଶର୍ମାଙ୍କ ସମେତ ୩୦ଜଣଙ୍କ ବିରୋଧରେ ମାମଲା ରୁଜୁ। ସରକାରଙ୍କ ଆଦେଶକୁ ଉଲ୍ଲଂଘନ ଓ ରାଲି ବାହାର କରିବା ଅଭିଯୋଗରେ ଆଇପିସି ଧାରା ୧୮୮ ଓ ୧୪୫ ଆଧାରରେ ଏହି ମାମଲା ରୁଜୁ କରାଯାଇଛି। ଜିଲା ମାଜିଷ୍ଟ୍ରେଟଙ୍କ ନିର୍ଦ୍ଦେଶରେ କଂଗ୍ରେସଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ଏଏସ୍ପି ଅଙ୍କିତ ଜୟସଓ୍ବାଲ କହିଛନ୍ତି। ସୂଚନାଯୋଗ୍ୟ, ଗୁରୁବାର ଭୋପାଳରେ ଦିଗ୍ ବିଜୟ ଓ ପିସି ଶର୍ମାଙ୍କ ସମେତ ଅନ୍ୟ ୩୦ ଜଣ ଅନ୍ଲକ ଅର୍ଡରର ନକଲକୁ ପୋଡ଼ିଦେଇଥିଲେ। ଏଥିସହ କରୋନା କାଳରେ ରାଲି ଉପରେ ପ୍ରତିବନ୍ଧକ ଲଗାଯାଇଥିବା ସତ୍ତ୍ୱେ ନେତାମାନେ ଏକ ରାଲି ବାହାର କରିଥିଲେ। ଫଳରେ ସରକାର ଏହି ନେତାଙ୍କ ବିରୋଧରେ ମାମଲା ରୁଜୁ କରିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।