ଶରୀର ପାଇଁ ଉପକାରୀ ଗାଜର, ହାର୍ଟକୁ ସୁସ୍ଥ ରଖିବା ସହ…

ଗାଜର ଆମ ଶରୀର ପାଇଁ ବେଶ୍‌ ଉପକାରୀ। ଏଥିରେ ଭିଟାମିନ, ଫାଇବର୍‌ ଓ ଆଣ୍ଟି ଅକ୍ସିଡାଣ୍ଟ ଉପାଦାନ ଭରି ହୋଇରହିଛି। ଏଥିରେ ଏଭଳି ଉପକାରୀ ତତ୍ତ୍ୱ ଭରିରହିଛି, ଯାହା ହୃତ୍‌ପିଣ୍ଡ ପାଇଁ ଉପକାରୀ। ‘ସୁସ୍ଥ ହୃତ୍‌ପିଣ୍ଡ ଏବଂ ଗାଜର’ ଶୀର୍ଷକ ବିଷୟକୁ ନେଇ ଲଣ୍ଡନ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନେ ଏକ ସର୍ଭେ କରି ଏକଥା ଜାଣିପାରିଛନ୍ତି। କେବଳ ସେତିିକି ନୁହେଁ, ନିୟମିତ ଗାଜର ଖାଇବା ଦ୍ୱାରା ହୃତ୍‌ପିଣ୍ଡର କାର୍ଯ୍ୟଧାରା ମଧ୍ୟ ପୂର୍ବାପେକ୍ଷା ଆହୁରି ସକ୍ରିୟ ରହିଥାଏ। ଏଥିରେ ଥିବା ଉପକାରୀ ଗୁଣ ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସହାୟକ ହୋଇଥାଏ। ଦୃଷ୍ଟିଶକ୍ତିକୁ ପ୍ରଖର କରିବାରେ ଏହା ମଧ୍ୟ ସାହାଯ୍ୟ କରିଥାଏ। ଗାଜର ହେଉଛି ଭିଟାମିନ୍‌ ‘ସି’ର ଅନ୍ୟତମ ପ୍ରମୁଖ ଉତ୍ସ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଗାଜର ଖାଇଲେ ରକ୍ତରେ ଶର୍କରା ପରିମାଣ ସନ୍ତୁଳିତ ରହିଥାଏ। ଏଥିରେ କ୍ୟାଲସିୟମ ମାତ୍ରା ଭରି ରହିଛି, ଯାହା ଅସ୍ଥିକୁ ଦୃଢ଼ ରଖେ। ଗାଜର ଶରୀରର ଓଜନକୁ ମଧ୍ୟ ସନ୍ତୁଳିତ ରଖେ। ଏଥିରେ ଫାଇବର୍‌ ପ୍ରଚୁର ପରିମାଣରେ ରହିଛି। କଞ୍ଚା ଗାଜର ଖାଇବା ଦ୍ୱାରା ଦାନ୍ତ ଶକ୍ତ ହୋଇଥାଏ। ଏଥିରେ ଥିବା ଉପକାରୀ ତତ୍ତ୍ୱ ଚର୍ମକୁ ସତେଜ ରଖିବା ସହ କେଶ ଝଡ଼ିବାକୁ ଦେଇ ନ ଥାଏ।

Dharitri – Odisha’s No.1 Odia Daily