New York: Alexander Zverev, of Germany, reacts after defeating Borna Coric, of Croatia, during the quarterfinals of the US Open tennis championships, Tuesday, Sept. 8, 2020, in New York. AP/PTI Photo(AP09-09-2020_000006B)
ନ୍ୟୁୟର୍କ,୧୦।୯(ଏପି): ୟୁଏସ୍ ଓପନ ପୁରୁଷ ସିଙ୍ଗଲ୍ସ ଇଭେଣ୍ଟର ପ୍ରଥମ ସେମିଫାଇନାଲ ମୁକାବିଲା ସ୍ପଷ୍ଟ ହୋଇଛି। ୫ମ ସିଡ୍ ମାନ୍ୟତା ପାଇଥିବା ଜର୍ମାନୀର ଆଲେକଜାଣ୍ଡାର ଜେଭେରେଭ ଓ ୨୦ତମ ସିଡ୍ ଖେଳାଳି ସ୍ପେନ୍ର ପାବ୍ଲୋ କାରେନୋ ବୁଷ୍ଟାର ପରସ୍ପରକୁ ସେମିରେ ଭେଟିବେ।
ଜେଭେରେଭ ମଙ୍ଗଳବାର କ୍ୱାର୍ଟର ଫାଇନାଲ ମୁକାବିଲାରେ ୨୭ତମ କ୍ରୋଏସିଆର ବୋର୍ନା କୋରିକଙ୍କୁ ୧-୬, ୭-୬, ୭-୬, ୬-୩ ମାରାଥନ୍ ସେଟ୍ରେ ପରାସ୍ତ କରି ସେମିରେ ପ୍ରବେଶ କରିଚନ୍ତି। ବିଜୟୀ ହେବାକୁ ଜେଭେରେଭଙ୍କୁ ୩ ଘଣ୍ଟା ୨୫ ମିନିଟ୍ ସମୟ ଆବଶ୍ୟକ ହୋଇଥିଲା। ସଫଳ ହେଲେ ଜେଭେରେଭ ପ୍ରଥମଥର ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିବାର ଗୌରବ ଅର୍ଜନ କରିବେ। କ୍ୱାର୍ଟର ଫାଇନାଲରେ ନିଜର ପ୍ରଦର୍ଶନ ନେଇ ଜେଭେରେଭ ଖୁସି ଜାହିର କରିଛନ୍ତି।
ସେହିପରି ଅନ୍ୟଏକ କ୍ୱାର୍ଟର ଫାଇନାଲରେ ବୁଷ୍ଟା ମାରାଥନ ୩-୬, ୭-୬, ୭-୬, ୦-୬,-୩ ସେଟ୍ରେ ଦ୍ୱାଦଶ ସିଡ୍ କାନାଡ଼ାର ଡେନିସ ଶାପୋଭାଲୋଭଙ୍କୁ ହରାଇ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ବିଜୟୀ ହେବା ପାଇଁ ବୁଷ୍ଟାଙ୍କୁ ୪ ଘଣ୍ଟା ୮ ମିନିଟ ସମୟ ଆବଶ୍ୟକ ହୋଇଥିଲା। ନିଜ ପ୍ରଦର୍ଶନରେ ବୁଷ୍ଟା ବେଶ୍ ଖୁସି ଜାହିର କରିଛନ୍ତି। ବୁଧବାର ଖେଳାଯିବାକୁ ଥିବା ଅନ୍ୟ କ୍ୱାର୍ଟର ଫାଇନାଲ ମ୍ୟାଚ୍ରେ ଦ୍ୱିତୀୟ ସିଡ୍ ଅଷ୍ଟ୍ରିଆର ଡୋମିନିକ୍ ଥିମ୍ ଓ ୨୧ତମ ସିଡ୍ ଅଷ୍ଟ୍ରେଲିଆର ଆଲେକ୍ସ ଡି ମିନାଉର ମୁହଁାମୁହିଁ ହେବେ। ସେହିପରି ଅନ୍ତିମ କ୍ୱାର୍ଟର ଫାଇନାଲରେ ତୃତୀୟ ସିଡ୍ ରୁଷିଆର ଡାନିଲି ମେଡଭେଡେଭ୍ ନିଜ ଦେଶର ୧୦ମ ସିଡ୍ ଆନ୍ଦ୍ରେ ରୁବେଲେଭଙ୍କୁ ଭେଟିବେ।