PORT OF SPAIN, TRINIDAD AND TOBAGO - AUGUST 29: Kieron Pollard (R) of Trinbago Knight Riders hits 6 and Shai Hope (L) of Barbados Tridents watch during the Hero Caribbean Premier League match 17 between Barbados Tridents and Trinbago Knight Riders at Queen's Park Oval on August 29, 2020 in Port of Spain, Trinidad And Tobago. (Photo by Randy Brooks - CPL T20/CPL T20 via Getty Images)
ପୋର୍ଟ ଅଫ୍ ସ୍ପେନ୍,୩୧।୮(ପି.ଟି.): କିରନ ପୋଲାର୍ଡଙ୍କ ଦମ୍ଦାର ବ୍ୟାଟିଂ ବଳରେ ଚଳିତ କାରିବିୟାନ ପ୍ରିମିୟର ଲିଗ୍ (ସିପିଏଲ୍)ରେ ତ୍ରିନ୍ବାଗୋ ନାଇଟ୍ ରାଇଡର୍ସ କ୍ରମାଗତ ଷଷ୍ଠ ବିଜୟ ହାସଲ କରିଛି। ୨୮ ବଲରୁ ୭୨ ରନର ଧୂଆଁଧାର ପାଳି ଖେଳି ପୋଲାର୍ଡ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିବା ସହ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି। ଶନିବାର ଅନୁଷ୍ଠିତ ଲିଗ୍ର ୧୭ତମ ମ୍ୟାଚ୍ରେ ତ୍ରିନ୍ବାଗୋ ୨ ଉଇକେଟରେ ବାର୍ବାଡୋସ ଟ୍ରାଇଡେଣ୍ଟକୁ ପରାସ୍ତ କରିଛି। ସେହିପରି ଅନ୍ୟଏକ ମ୍ୟାଚ୍ରେ ଜାମାଇକା ତଲ୍ଲାଓ୍ବାହାସ୍ ୩୭ ରନରେ ସେଣ୍ଟ କିଟ୍ସ ଆଣ୍ଡ ନେଭିସ୍ ପାଟ୍ରିଅଟ୍ସକୁ ପରାସ୍ତ କରିଛି।
ଟସ୍ ଜିତି ତ୍ରିନ୍ବାଗୋ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ବାର୍ବାଡୋସ୍ ୨୦ ଓଭରରେ ୭ ଉଇକେଟ ହରାଇ ୧୪୮ ରନ ସଂଗ୍ରହ କରିଥିଲା। ଜବାବରେ ତ୍ରନ୍ବାଗୋ ଗୋଟିଏ ବଲ୍ ବାକି ରଖି ୧୯.୫ ଓଭରରେ ୮ ଉଇକେଟ ହରାଇ ୧୪୯ ରନ କରି ବିଜୟ ହାସଲ କରିଥିଲା। ୧୪୯ ରନ ବିଜୟ ଲକ୍ଷ୍ୟର ପିଛା କରି ତ୍ରିନ୍ବାଗୋ ନିୟମିତ ବ୍ୟବଧାନରେ ଉଇକେଟ ହରାଇଥିଲା। ତେବେ ପୋଲାର୍ଡ ବାର୍ବାଡୋସଠାରୁ ମ୍ୟାଚ୍ ଛଡାଇ ନେଇଥିଲେ। ଦଳ ତରଫରୁ ଅନ୍ୟମାନଙ୍କ ମଧ୍ୟରେ ଓପନର ଲେଣ୍ଡଲ ସିମନ୍ସ ୩୨, ଅକିଲ ହୁସେନ ୧୨, ଖାରି ପିଏଣ ଅପରାଜିତ ୧୦ ରନ ସଂଗ୍ରହ କରିଥିବା ବେଳେ ଅନ୍ୟମୋନ ଦୁଇ ଅଙ୍କ ଛୁଇଁ ପାରି ନ ଥିଲେ। ବୋଲିଂରେ ବାର୍ବାଡୋସର ଜାସନ ହୋଲ୍ଡର ୨ ଉଇକେଟ ନେଇଥିଲେ।
ପ୍ରଥମେ ବ୍ୟାଟିଂ କରିଥିବା ବାର୍ବାଡୋସ ତରଫରୁ ଓପନର ଜନସନ ଚାଲର୍ସ ୪୭, କାଏଲ ମେୟେର୍ସ ୪୨, ଆଶଲେ ନର୍ସ ୧୯, ରସିଦ ଖାନ ୧୨ ରନ ସଂଗ୍ରହ କରି ଆଉଟ ହୋଇଥିବା ବେଳେ ଅନ୍ୟମାନେ ଦୁଇ ଅଙ୍କଛୁଇଁ ପାରି ନ ଥିଲେ। ବୋଲିଂରେ ତ୍ରିନ୍ବାଗୋ ପକ୍ଷରୁ ଅକିଲ ହୁସେନ, ଜେଡେନ ସିଲ୍ସ ଓ ସିକନ୍ଦର ରାଜା ୨ଟି ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ଜାମାଇକା ୩୭ ରନରେ ବିଜୟୀ
ଶନିବାର ଖେଳଯାଇଥିବା ଦ୍ୱିତୀୟ ମ୍ୟାଚ୍ରେ ଜାମାଇକା ୩୭ ରନରେ ସେଣ୍ଟ କିଟ୍ସକୁ ପରାସ୍ତ କରିଛି। ଟସ୍ ଜିତି ଜାମାଇକା ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୬ ଉଇକେଟ ହରାଇ ୧୪୭ ରନ ସଂଗ୍ରହ କରିଥିଲା। ଜବାବରେ ସେଣ୍ଟ କିଟ୍ସ ୧୯.୪ ଓଭରରେ ୧୧୦ ରନ କରି ଅଲଆଉଟ ହେବା ସହ ପରାସ୍ତ ହୋଇଥିଲା। ବ୍ୟାଟିଂରେ ଜାମାଇକା ତରଫରୁ ଓପନର ଗ୍ଲେନ୍ ଫିଲିପ୍ସ ସର୍ବାଧିକ ଅପରାଜିତ ୭୯ ରନ ସଂଗ୍ରହ କରିଥିଲେ। ବୋଲିଂରେ ସେଣ୍ଟ କିଟ୍ସ ତରଫରୁ ରେୟାଡ ଏମରିଟ୍ ସର୍ବାଧିକ ୩ ଉଇକେଟ ଅକ୍ତିଆର କରିଛନ୍ତି। ସେହିପରି ପଛରେ ବ୍ୟାଟିଂ କରିଥିବା ସେଣ୍ଟ କିଟ୍ସ ତରଫରୁ କୌଣସି ବ୍ୟାଟ୍ସମ୍ୟାନ ଭଲ ପ୍ରଦର୍ଶନ କରିପାରି ନ ଥିଲେ। ବୋଲିଂରେ ଜାମାଇକା ପକ୍ଷରୁ କର୍ଲୋସ୍ ବ୍ରାଥ୍ଓ୍ବେଟ ୩, ଫିଡେଲ ଏଡଓ୍ବାଡର୍ସ, ବୀରାସାମି ପରମଲ ଓ ସନ୍ଦୀପ ଲାମିଚେନ୍ ୨ଟି ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।