TAROUBA, TRINIDAD AND TOBAGO - SEPTEMBER 10: Kieron Pollard of Trinbago Knight Riders with the trophy at the end of the Hero Caribbean Premier League Final match 33 between Trinbago Knight Riders and St Lucia Zouks at Brian Lara Cricket Academy on September 10, 2020 in Tarouba, Trinidad And Tobago. (Photo by Randy Brooks - CPL T20/CPL T20 via Getty Images)
ତାରୋଉବା,୧୨।୯(ପି.ଟି.): କିରନ ପୋଲାର୍ଡଙ୍କ ନେତୃତ୍ୱାଧୀନ ତ୍ରିନିବାଗୋ ନାଇଟ୍ ରାଇଡର୍ସ ଏଥର ମଧ୍ୟ କ୍ୟାରିବିୟାନ ପ୍ରିମିୟର ଲିଗ୍ (ସିପିଏଲ୍) ଟାଇଟଲ ହାସଲ କରିଛି। ଗୁରୁବାର ଅନୁଷ୍ଠିତ ଫାଇନାଲ ମ୍ୟାଚ୍ରେ ତ୍ରିନିବାଗୋ ୮ ଉଇକେଟ୍ରେ ସେଣ୍ଟ ଲୁସିଆ ଜୌକାକୁ ହରାଇ ଚାମ୍ପିୟନ ହୋଇଛି। ଟୁର୍ନାମେଣ୍ଟରେ ଅପରାଜେୟ ରହିବା ସହ ତ୍ରିନିବାଗୋ ଚତୁର୍ଥ ଥର ପାଇଁ ସିପିଏଲ୍ ଟାଇଟଲ ହାସଲ କରିଛି।
ଟସ୍ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ସେଣ୍ଟ ଲୁସିଆ ୧୯.୧ ଓଭରରେ ୧୫୪ ରନ କରି ଅଲଆଉଟ ହୋଇଥିଲା। ଦଳ ତରଫରୁ ଆନ୍ଦ୍ରେ ଫ୍ଲେଚର ସର୍ବାଧିକ ୩୯, ମାର୍କ ଡେୟାଲ ୨୯, ରୋଷ୍ଟନ ଚେଜ୍ ୨୨, ନାଜିବୁଲା ଜଡ୍ରାନ ୨୪ ରନ ସଂଗ୍ରହ କରି ଆଉଟ ହୋଇଥିଲେ। ବୋଲିରେ ତ୍ରିନିବାଗୋ ତରଫରୁ ପୋଲାର୍ଡ ସର୍ବାଧିକ ୪, ଅଲି ଖାନ ଓ ଫଓ୍ବାଦ ଅହମ୍ମଦ ୨ଟି ଲେଖାଏ ଉଇକେଟ ହାସଲ କରିଥିଲେ।
ଜବାବରେ ତ୍ରିନିବାଗୋ ୧୮.୧ ଓଭରରରେ ୨ ଉଇକେଟ ହରାଇ ୧୫୭ ରନ ସଂଗ୍ରହ କରି ବିଜୟୀ ହୋଇଛି। ଦଳ ତରଫରୁ ଓପନର ଲିଣ୍ଡେଲ ସିମନ୍ସ ସର୍ବାଧିକ ୮୪ ଓ ଡାରେନ ବ୍ରାଭୋ ୫୮ ରନ କରି ଅପରାଜିତ ରହିବା ସହ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ସିମନ୍ସ ପ୍ଲେୟାର ଅଫ୍ ଦି ମ୍ୟାଚ୍ ଓ ପୋଲାର୍ଡ ପ୍ଲେୟାର ଅଫ୍ ଦି ସିରିଜ ବିବେଚିତ ହୋଇଛନ୍ତି।