ପାତ୍ରପୁର,୧୨ା୩(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡ଼ା ଥାନା ସୁରଙ୍ଗୀଠାରେ ଏକ କାର୍ ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିିଛି। ସେ ହେଲେ ସୁରଙ୍ଗୀ ଗ୍ରାମର ଅଭିମନ୍ୟୁ ଗୌଡ଼। ଅଭିମନ୍ୟୁ କୌଣସି କାମରେ ବଜାରକୁ ଯାଇଥିବା ବେଳେ ତାଙ୍କୁ ପଛପଟୁ କାର ଧକ୍କା ଦେଇଥିଲା। ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ଅଭିମନ୍ୟୁଙ୍କୁ ପାତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟପକ୍ଷେ ଦୁର୍ଘଟଣା ଘଟାଇ ଥିବା କାର୍ ଡ୍ରାଇଭର ଗାଡି ନେଇ ଜରଡ଼ା ଥାନାରେ ଆତ୍ମସର୍ମପଣ କରିଛନ୍ତି। ଏନେଇ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।