ପୋଖରୀରେ ପଶିଗଲା କାର୍‌: ୨ ଭାଇ ଚାଲିଗଲା ଜୀବନ, ୨ ଗୁରୁତର

ଆସିକା,୧୩।୧୧: ଆସିକା-ବଡ଼ ଆଗୁଳ ନିକଟରେ ଏକ ଦୁର୍ଘଟଣା ଘଟିଛି। ରାସ୍ତା କଡରେ ଥିବା ପୋଖରୀରେ ଏକ କାର୍‌ ପଶିଯାଇଛି। କାରରେ ବସିଥିବା ଚାରି ଜଣ ମଧ୍ୟରୁ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଦୁଇ ଜଣ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ମୃତକ ଦୁଇ ଜଣ ହେଲେ ନୀଳାଞ୍ଚଳ ମହାପାତ୍ର ଓ ସନ୍ତୋଷ ମହାପାତ୍ର।
ସନ୍ତୋଷଙ୍କ ଘର ପୋଲସରା ଓ ନୀଳାଞ୍ଚଳଙ୍କ ଘର ଚିଙ୍ଗୁଡ଼ି ଘାଇ ହୋଇଥିବାଭବେଳେ ସମ୍ପର୍କରେ ଉଭୟ ଦୁଇ ଭାଇ ବୋଲି ଜଣାପଡ଼ିଛି। କାରଟି ବଡ଼ ଆଗୁଳରୁ ଚିଙ୍ଗୁଡ଼ି ଘାଇ ଯାଉଥିବାବେଳେ ଏହି ଦୁର୍ଘଟଣା ଘଟିଛି।
ଉଭୟଙ୍କୁ ଗୁରୁତର ଅବସ୍ଥାରେ ଆସିକା ମେଡ଼ିକାଲକୁ ଅଣାଯାଇଥିବାବେଳେ ଡାକ୍ତର ମୃତ ଘୋଷଣା କରିଛନ୍ତି।

 

Dharitri – Odisha’s No.1 Odia Daily

 

Share