ଖଜୁରିପଡ଼ା,୨୩ା୫ (ବିଦୁର ବେହେରା): ଖଜୁରିପଡ଼ା ଥାନା ଅନ୍ତର୍ଗତ ସମ୍ବରଡେଗାରେ ଏକ କାର୍ (ଓଡି୦୨ଏଓ୍ବାଇ ୬୮୩୩) ଭାରସାମ୍ୟ ହରାଇ ଓଲଟି ପଡ଼ିଛି। କାର୍ଟି ଗୁରୁବାର ରାତିରେ ଫୁଲବାଣୀ ଆଡୁ ଭୁବନେଶ୍ୱର ଅଭିମୁଖେ ଯାଉଥିଲା। ସକାଳେ ଅଞ୍ଚଳବାସୀ ଦେଖି ପୋଲିସକୁ ଖବର ଦେବା ପରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି। ପୋଲିସର କହିବା ଅନୁଯାୟୀ ଗାଡ଼ିରେ କିଏ କିଏ ଥିଲେ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା କ’ଣ ଅଛି କିଛି ଜଣାପଡ଼ି ନାହିଁ। ଏହାର ତଦନ୍ତ ଚାଲିଛି ବୋଲି ଥାନା ଅଧିକାରୀ ଚାପଧାରୀ ପ୍ରଧାନ କହିଛନ୍ତି।