ସମ୍ବଲପୁର,୪।୮: ସମ୍ବଲପୁର ଚର୍ଚ୍ଚ ଛକରେ ସୋମବାର ଏକ ଅଘଟଣ ସାମ୍ନାକୁ ଆସିଛି। ପାର୍କିଂରେ ଠିଆ ହୋଇଥିବା ବେଳେ ଏକ କାର୍ରେ ହଠାତ୍ ନିଆଁ ଲାଗି ଯାଇଥିଲା। ନିଆଁ ଏତେ ଜୋର ଥିଲା ଯେ, କାର୍ଟି ହୁତୁ ହୁତୁ ହୋଇ ସମ୍ପୂର୍ଣ୍ଣ ଜଳି ଯାଇଥିଲା।
ଖବର ପାଇ ଅଗ୍ନିଶମ ବାହୀନି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଶର୍ଟସର୍କିଟ ଯୋଗୁ କାର୍ରେ ନିଆଁ ଲାଗିଥିବା ଆଶଙ୍କା କରାଯାଉଛି।