ଗଛକୁ ପିଟିଲା କାର୍‌: ଚାଲିଗଲା ଜଣଙ୍କ ଜୀବନ, ୫ ଗୁରୁତର

ରୁପ୍ରା ରୋଡ, ୨।୧୦(ସଞ୍ଜୀବ ଦାସ): କଳାହାଣ୍ଡି ଜିଲାରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଆଜି ଭୋର୍‌ ୫ ଟା ସମୟରେ ଭବାନୀପାଟଣାରୁ ଭୁବନେଶ୍ୱରକୁ ସଂଯୋଗ କରୁଥିବା ୨୬ ନମ୍ବର୍‌ ରାଜ୍ୟ ରାଜପଥର ଦେହେଲି ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି।
ସୂଚନା ଅନୁସାରେ CG 04 KZ7890 ନମ୍ବର୍‌ ବିଶିଷ୍ଟ ଏକ ଧଳା ରଙ୍ଗର କାର୍‌ରେ ୬ ଜଣ ଯାତ୍ରୀ ମାଲକାନଗିରିରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ ରାସ୍ତା କଡରେ ଥିବା ଏକ ଗଛରେ ପିଟି ହେବା ଫଳରେ ଘଟଣାସ୍ଥଳରେ ଜଣକର ମୃତ୍ୟୁ ଘଟିଛି। ଅନ୍ୟମାନଙ୍କୁ ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।

Share