ଭଞ୍ଜନଗର,୧୧।୧୧(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ସହର ବାଇପାସ ରାସ୍ତାରେ ମଙ୍ଗଳବାର ସାଂରେ ଏକ ବାଇକ ସହ କାରର ଧକ୍କା ହୋଇଛି। ଏଥିରେ ବାଇକ ଚାଳକ ଲଣ୍ଡେଇସାହିର ଅବସରପ୍ରାପ୍ତ ହାବିଲଦାର ଜଗବନ୍ଧୁ ସ୍ବାଇଁ (୬୩) ଗୁରୁତର ହୋଇଛନ୍ତି। ଆହତ ଜଗବନ୍ଧୁଙ୍କୁ କାର ଚାଳକ ହିଁ ଉଦ୍ଧାର କରି ଚିକିତ୍ସା ପାଇଁ ଭଞ୍ଜନଗର ହସ୍ପିଟାଲ ଆଣିଥିଲେ। ଏଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ ମେଡିକାଲ ୁ ନିଆଯାଇଛି। ଖବରପାଇ ଭଞ୍ଜନଗର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।
ସୂଚନାଯୋଗ୍ୟ, ବାଇପାସ ରାସ୍ତାର ଅନେକ ସ୍ଥାନରେ ଖାଲଖମା ଭରି ରହିଛି। ତେଣୁ ଅନେକ ସମୟରେ ଉକ୍ତ ରାସ୍ତାରେ ଛୋଟ ବଡ ଦୁର୍ଘଟଣା ଘଟୁଛି। ତେଣୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବା ପାଇଁ ସାଧାରଣରେ ଦାବି ହୋଇଛି।
Dharitri – Odisha’s No.1 Odia Daily