ଝରିଗାଁ,୨୬।୬(କିଶୋରଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ-ଡାବୁଗାଁ ମୁଖ୍ୟ ରାସ୍ତାରେ ଦୁର୍ଘଟଣା ଘଟି ୨ ଯୁବକଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ଅନ୍ୟ ଜଣେ ଗୁରୁତର ଅଛନ୍ତି। ମୃତ ଯୁବକ ହେଲେ ଝରିଗାଁ ସିରାଗୁଡ଼ା ସାହିର ସାଗର ଜୈନ(୨୧) ଓ ଅଙ୍କୁର ଜୈନ(୩୦)। ଉଭୟ ସମ୍ପର୍କୀୟ ଭାଇ।
ସାଗର, ଅଙ୍କୁର ଜଣେ ସମ୍ପର୍କୀୟ ଭାଇ କ୍ରିସ ଜୈନ(୧୮)ଙ୍କ ସହ ଗୁରୁବାର ସାରେ ଗାଡି ନମ୍ବର (ଓଡି-୦୨ଏଇ-୮୦୭୩)ରେ କୌଣସି ଏକ କାମରେ ଫୁପୁଗାଁ ଯାଉଥିଲେ। ଡାଇନିଗୁଡ଼ା ଗ୍ରାମ ନିକଟରେ ଗାଡି ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଗଛକୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ସାଗର ଓ ଅଙ୍କୁରଙ୍କ ମୃତ୍ୟୁ ହୋଇଛି। ଏଥିରେ କ୍ରିସ ଗୁରୁତର ଅଛନ୍ତି। ତାଙ୍କୁ ନବରଙ୍ଗପୁର ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।