ଝାରସୁଗୁଡ଼ା, ୭ା୨(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସହର କିଷାନ ଛକ ନିକଟ ଏକ ହୋଟେଲ ସମ୍ମୁଖରେ ଶନିବାର ଏକ କାର୍ ଜଳିଯାଇଛି। କାର୍(ନଂ.ଏମ୍ଏଚ୍୧୫ସିଡ଼ି-୫୦୯୨)ଟି ସମ୍ବଲପୁର ଅଞ୍ଚଳରୁ ଆସି ଉକ୍ତ ହୋଟେଲ ସମ୍ମୁଖରେ ଅଟକିଥିଲା।
ସେତିକିବେଳେ ଶଟ୍ ସର୍କିଟ ଯୋଗୁ କାର୍ ଭିତରେ ପୋଡ଼ା ବାସ୍ନା ହୋଇଥିଲା। ଏହାଜାଣି କାର୍ ଚାଳକ ଓହ୍ଲାଇ ପଡିଥିଲେ। ପରବର୍ତ୍ତୀ ସମୟରେ ହଠାତ୍ କାର୍ର ସମ୍ମୁଖ ଭାଗ ହୁତୁହୁତୁ ହୋଇ ଜଳି ଉଠିଥିଲା। ଖବର ପାଇ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଅଁାକୁ ଆୟତ୍ତ କରିଥିଲେ।