କାର୍‌-ବାଇକ୍‌ ମୁହାଁମୁହିଁ ଧକ୍କା: ୨ ଗୁରୁତର

ବାଲିଗୁଡ଼ା,୨୬ା୬(ଡି.ଏନ୍‌.ଏ.): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମହାସିଙ୍ଗି ନିକଟ ୫୯ ନମ୍ବର ଜାତୀୟ ରାଜପଥରେ ଏକ କାର୍‌ ସହ ମୋଟରସାଇକଲ ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ଦୁଇଜଣ ଗୁରୁତର ହୋଇଛନ୍ତି। ଘଟଣାସ୍ଥଳରେ ବାଲିଗୁଡ଼ା ଥାନା ଭାରପ୍ରାପ୍ତ ଅଧିକାରୀ ବାବା ଶଙ୍କର ସରାଫ ଓ ଏକ ଟିମ୍‌ ପହଞ୍ଚି ଗୁରୁତର ୨ ଯୁବକଙ୍କୁ ଅଗ୍ନିଶମ ବାହିନୀକୁ ଡକାଇ ବାଲିଗୁଡ଼ା ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ। ତେବେ ଯୁବକ ଦ୍ୱୟଙ୍କ ନାମ ଜଣାପଡ଼ି ନ ଥିଲେ ମଧ୍ୟ ସେମାନଙ୍କ ଘର ଫିରିଙ୍ଗିଆ ଥାନା ମାଝିପଡ଼ାର ବୋଲି ଜଣାପଡ଼ିଛି l

Share