Categories: Home Leftଖେଳ

ଅଧିନାୟକ ସୂର୍ଯ୍ୟକୁମାରଙ୍କ ବଡ଼ ଘୋଷଣାା: ବାରବାଟୀରେ ଖେଳିବେ ଗିଲ୍‌

ଭୁବନେଶ୍ୱର,୮।୧୨: ମଙ୍ଗଳବାର ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବ ମହା ମୁକାବିଲା। ଏନେଇ ଉଭୟ ଦଳର ଖେଳାଳି ବାରବାଟୀରେ ଅଭ୍ୟାସ କରିବେ। ଅଭ୍ୟାସ ପୂର୍ବରୁ ଭାରତୀୟ ଟି୨୦ କ୍ୟାପଟେନ ସୂର୍ଯ୍ୟକୁମାର ଯାଦବ ଏକ ଖବରଦାତା ସମ୍ମିଳନୀରେ ଏକ ବଡ଼ ସୂଚନା ଦେଇଛନ୍ତି। ଗିଲ୍‌ ଫିଟ ହୋଇ ଦଳକୁ ଫେରିଛନ୍ତି। ତେଣୁ ସେ ଦଳରେ ନିଜ ସ୍ଥାନ ପକ୍କାକରି ବାରବାଟୀରେ ଖେଳିବେ ବୋଲି ଅଧିନାୟକ ସୂର୍ଯ୍ୟକୁମାର କହିଛନ୍ତି।

ଅଧିନାୟକ ଗିଲ୍‌ କହିଛନ୍ତି, T-20 ଫର୍ମାଟରେ ଆସନ୍ତା ବିଶ୍ବକପ ପ୍ରସ୍ତୁତିକୁ ନେଇ ପ୍ରତିକ୍ରିୟା ରଖିଛନ୍ତି। ଏହି ଅବସରରେ ପରୀକ୍ଷା ଆରମ୍ଭର ଶେଷ ୪ ଦିନ ପୂର୍ବରୁ ସବୁ ପାଠ ପଢ଼ାଯାଏ ନାହିଁ। ତେଣୁ ଦଳ ୨୦୨୪ T-20 ବିଶ୍ବକପ୍‌ ପରଠାରୁ ପ୍ରସ୍ତୁତି ଆରମ୍ଭ କରିସାରିଛୁ। ଟିମ୍‌ କମ୍ବିନେଶନରେ ବେଶୀ କିଛି ପରିବର୍ତ୍ତନର ସମ୍ଭାବନା ନାହିଁ। ଗତ ୫ରୁ ୬ଟି ସିରିଜ୍‌ରେ କରିନୁ, ଆଗକୁ ବି ବେଶୀ ଅଦଳବଦଳ କରିବୁ ନାହଁ।

ଗିଲ ଫିଟ ହୋଇ ଫେରିଛନ୍ତି, ତେଣୁ ସେ ତାଙ୍କ ସ୍ଥାନରେ ଖେଳିବେ। ସଞ୍ଜୁ ସାମସନ ଯେକୌଣସି ସ୍ଥାନରେ ବ୍ୟାଟିଂ କରିବାକୁ ପ୍ରସ୍ତୁତ ଅଛନ୍ତି। ପାଣ୍ଡ୍ୟା, ଦୁବେ ଅଲରାଉଣ୍ଡର, କାହାକୁ କାହା ସହ ତୁଳନା ଠିକ ନୁହେଁ। ବାରବାଟୀରେ ଘରୋଇ ମ୍ୟାଚ୍‌ ଖେଳିବାର ଅନୁଭୂତି ରହିଛି।