ଅହମଦାବାଦ,୨୧ା୨: ଭାରତୀୟ ଓପନର ଅଭିଷେକ ଶର୍ମା ୩ ମ୍ୟାଚ୍ରେ ୩ ଥର ଖାତା ଖୋଲିବାରେ ବିଫଳ ହେବା ସତ୍ତ୍ୱେ ତାଙ୍କ ଫର୍ମ ଦଳ ପାଇଁ ଚିନ୍ତାର କାରଣ ନୁହେ ଁବୋଲି ଭାରତୀୟ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଶନିବାର ଆୟୋଜିତ ଏକ୍ ଖବରଦାତା ସମ୍ମିଳନୀରେ କହିଛନ୍ତି।
‘ଅଭିଷେକଙ୍କ ଫର୍ମକୁ ନେଇ ମୁଁ ଚିନ୍ତିତ ନୁହେଁ। ତାଙ୍କ ଫର୍ମକୁ ନେଇ ଯେଉଁମାନେ ଚିନ୍ତିତ, ସେମାନଙ୍କ ଲାଗି ମୁଁ ଚିନ୍ତିତ ଅଛି। ସେମାନେ ତାଙ୍କ ଫର୍ମକୁ ନେଇ ଏତେ ଚିନ୍ତିତ କାହିଁକି। ଗତ ବର୍ଷ ଅଭିଷେକ ସଭିଙ୍କ ପାଇଁ ପ୍ରଦର୍ଶନ କରିଥିଲେ। ବର୍ତ୍ତମାନ ତାଙ୍କ ପାଇଁ ପ୍ରଦର୍ଶନ କରିବା ଆମ କର୍ତ୍ତବ୍ୟ। ସେ ଯେତେବେଳେ ରନ କରନ୍ତି, ତେବେ ସେ କ’ଣ ଘଟେ, ତାହା ସମସ୍ତେ ଦେଖିଛନ୍ତି। ଏଭଳି ଘଟଣା ଘଟେ। କାରଣ କ୍ରିକେଟ ଏକ ଦଳଗତ ଖେଳ। ଆମ ଦଳକୁ ଅଭିଷେକଙ୍କ ଭଳି ଖେଳୁଥିବା ଖେଳାଳି ଦରକାର। ସେ ସେଭଳି ହିଁ ଖେଳିବାକୁ ଚେଷ୍ଟା କରୁଛନ୍ତି। ସେ ଯେଉଁ ଭଳି ବ୍ୟାଟିଂ କରିବାକୁ ପରିଚିତ, ତାହା ବଦଳାଇବାକୁ ଆମେ କଦାପି ଚାହୁଁନାହିଁ ବୋଲି ଅଧିନାୟକ ସୂର୍ଯ୍ୟକୁମାର କହିଛନ୍ତି।