Categories: Home Leftଖେଳ

ନୂଆ ଲୁକ୍‌ରେ ନଜର ଆସିଲେ ରୋହିତ

ନୂଆଦିଲ୍ଲୀ,୫।୭: ୱେଷ୍ଟଇଣ୍ଡିଜରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ଏକ ନୂଆ ଲୁକ୍‌ରେ ନଜର ଆସିଛନ୍ତି। ସମସ୍ତ ତିନୋଟି ଫର୍ମାଟର ସିରିଜ ଖେଳିବା ପାଇଁ ଭାରତୀୟ ଦଳ ୱେଷ୍ଟଇଣ୍ଡିଜ୍‌ରେ ପହଞ୍ଚିଛି। ଟେଷ୍ଟ ସିରିଜ ମାଧ୍ୟମରେ ଟିମ ଇଣ୍ଡିଆ ଏହି ଯାତ୍ରା ଆରମ୍ଭ କରିବ। ଜୁଲାଇ ୧୨ରୁ ଖେଳାଯିବାକୁ ଥିବା ଟେଷ୍ଟ ସିରିଜ ପୂର୍ବରୁ ରୋହିତ ଶର୍ମାଙ୍କର ଏକ ନୂଆ ଲୁକ୍‌ ସାମ୍ନାକୁ ଆସିଛି।

ଏହାପୂର୍ବରୁ ରୋହିତ ଶର୍ମାଙ୍କୁ ଏହି ଲୁକରେ କ୍ୱଚିତ୍‌ ଦେଖିବାକୁ ମିଳିଥିଲା। ରୋହିତ ତାଙ୍କ ନୂଆ ଲୁକରେ ସଂପୂର୍ଣ୍ଣ କ୍ଲିନ୍‌ ସେଭ୍‌ରେ ଅଛନ୍ତି। ରୋହିତ ଶର୍ମା ଦାଢି ଲୁକ ସହିତ ୱେଷ୍ଟଇଣ୍ଡିଜରେ ପହଞ୍ଚିଥିଲେ, କିନ୍ତୁ ବର୍ତ୍ତମାନ ସେ ଏକ କ୍ଲିନ୍‌ ସେଭ ଲୁକ୍‌ ନଜର ଆସିଛନ୍ତି।
ବାରବାଡୋସରେ ଟିମ ଇଣ୍ଡିଆ ଉପସ୍ଥିତ, ଯେଉଁଠାରେ ଅଭ୍ୟାସ ଆରମ୍ଭ ହୋଇଛି। ଟେଷ୍ଟ ସିରିଜ ପୂର୍ବରୁ ଭାରତୀୟ ଦଳକୁ ବାରବାଡୋସରେ ଏକ ସପ୍ତାହ କ୍ୟାମ୍ପ କରିବାକୁ ପଡିବ।