Categories: Home Leftଖେଳ

ଅଧିନାୟକ କୋହଲିଙ୍କ ଆଇପିଏଲ କ୍ୟାରିୟର ଶେଷ

ଶାରଜା,୧୧।୧୦: ଚଳିତ ଆଇପିଏଲର ପ୍ରଥମ କ୍ୱାଲିଫାୟର୍ସରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି)କୁ ୪ ଉଇକେଟରେ ହରାଇ ଦେଇଛି କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)। ଏହି ପରାଜୟ ସହ ଶେଷ ହୋଇଛି ଅଧିନାୟକ ଭାବେ ବିରାଟ କୋହଲିଙ୍କ ଆଇପିଏଲ କ୍ୟାରିୟର। କୋଲକାତା ୧୩ ତାରିଖରେ ଏହି ଗ୍ରାଉଣ୍ଡରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି)କୁ ଭେଟିବ।

ପୂରା ମ୍ୟାଚ୍‌ରେ ଛାୟୀ ହୋଇ ରହିଥିଲେ କୋଲକାତାର ସୁନିଲ ନାରିନ। ବୋଲିଂରେ ୪ ଉଇକେଟ ନେଇ ଆରସିବିର ବ୍ୟାଟିଂ ଲାଇନ୍‌ଅପ୍‌କୁ ଧରାଶାୟୀ କରି ଦେଇଥିଲେ। ଆଉ ବ୍ୟାଟିଂରେ ୨୬ ରନ୍‌ର ବିସ୍ଫୋରକ ପାଳି ଖେଳିଥିଲେ, ଯେଉଁଥିରେ ସାମିଲ ଥିଲା ୩ ଛକା। ତାଙ୍କ ବ୍ୟତୀତ ଶୁବମାନ ଗିଲ (୨୯), ଭେଙ୍କଟେଶ ଆୟାର (୨୬) ଓ ନୀତିଶ ରାଣା (୨୩) ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ। ମହମ୍ମଦ ସିରାଜ, ହର୍ଶଲ ପଟେଲ ଓ ୟୁଜବେନ୍ଦ୍ର ଚହଲ ୨ ଲେଖାଏ ଉଇକେଟ ନେଇଥିଲେ।

ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗୋଲୋର (ଆର୍‌ସିବି)କୁ ଭଲ ଆରମ୍ଭ ଦେଇଥିଲେ ଦେବଦତ୍ତ ପାଡିକଲ (୨୧) ଓ ଅଧିନାୟକ ବିରାଟ କୋହଲି (୩୯)। ଦୁହେଁ ୫ ଓଭରରେ ୪୯ ରନ୍‌ କରିଥିଲେ। ଲାଗୁଥିବା ଆରସିବି ବଡ଼ ସ୍କୋର ଛିଡ଼ା କରିବ। କିନ୍ତୁ ସବୁ କିଛି ବଦଳି ଦେଇଥିଲେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)ର ସ୍ପିନର ସୁନିଲ ନାରିନ। ନା ଗ୍ଲେନ ମ୍ୟାକ୍ସଓ୍ବେଲ (୧୫), ନା ଏବି ଡି’ଭିଲର୍ସ (୧୧) ଦଳକୁ ବଞ୍ଚାଇ ପାରି ନ ଥିଲେ। ସେ ୪ ଉଇକେଟ ନେଇ ଆରସିବିର ଶକ୍ତିଶାଳୀ ବ୍ୟାଟିଂ ଲାଇନ୍‌ଅପ୍‌କୁ ବିଗାଡ଼ି ରଖି ଦେଇଥିଲେ। ଫଳରେ ଆର୍‌ସିବି ଧାର୍ଯ୍ୟ ୨୦ ଓଭରରେ ୭ ଉଇକେଟ ହରାଇ ୧୩୮ ରନ୍‌ କରିବାକୁ ସକ୍ଷମ ହୋଇଛି।