Categories: Home Leftଖେଳ

ଅନ୍ତିମ ଥର ଟି୨୦ ଖେଳିବାକୁ ଯାଉଛନ୍ତି କ୍ୟାପଟେନ କୋହଲି

ନୂଆଦିଲ୍ଲୀ,୮।୧୧: ଟି୨୦ ବିଶ୍ୱକପ ପରେ ବିରାଟ କୋହଲି ଛୋଟିଆ ଫର୍ମାଟରୁ ଅଧିନାୟକ ଭାବେ ଅବସର ନେବାକୁ ଯାଉଛନ୍ତି। କ୍ୟାପଟେନ ଭାବେ କୋହଲି ସୋମବାର ନାମ୍ବିଆ ବିପକ୍ଷରେ ତାଙ୍କର ଶେଷ ମ୍ୟାଚ ଖେଳିବେ। ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ରନ୍‌ର ରେକର୍ଡ କୋହଲିଙ୍କ ନାଁରେ ରହିଛି । କିନ୍ତୁ ଟି୨୦ ବିଶ୍ୱକପ ଟାଇଟଲ ହାସଲ କରିବାରେ ବିଫଳ ହୋଇଛନ୍ତି ଅଧିନାୟକ ବିରାଟ। ଭାରତ ୨୦୦୭ରେ ଟି-୨୦ ବିଶ୍ୱକପ ଟାଇଟଲ ଜିତିଥିଲା। ସେତିକିିବେଳେ କୋହଲି ଭାରତୀୟ ଟିମ୍‌ରେ ନ ଥିଲେ। ଆସନ୍ତା ବର୍ଷ ଟି-୨୦ ବିଶ୍ୱକପ ଅଷ୍ଟ୍ରେଲିଆରେ ଆୟୋଜିତ ହେବ। କୋହଳିଙ୍କ ଇସ୍ତଫା ପରେ ଦଳର ନୂଆ କ୍ୟାପଟେନ ଟିମ୍‌ର ନେତୃତ୍ୱ ନେବେ। ଅନ୍ୟପକ୍ଷେ ରୋହିତ ଶର୍ମାଙ୍କୁ ଭାରତର ନୂଆ କ୍ୟାପଟେନ କରାଯିବା ନେଇ ଚର୍ଚ୍ଚା ହୋଇଛି। ବର୍ତ୍ତମାନ ରାହୁଲ ଦ୍ରାବିଡଙ୍କୁ ଟିମ୍‌ର ନୂଆ କୋଚ କରାଯାଇଛି।

Share