କ୍ୟାପ୍‌ସୁଲ କାର୍‌

ଦେଖିବାକୁ ବେଶ୍‌ ଅଜବ ଏହି କାର୍‌। ପିଲାଙ୍କ ସ୍ପାଇଡର୍‌ କାର୍‌ ଖେଳଣା ଭଳି ଲାଗିପାରେ। ହେଲେ ଆଡ୍‌ଭେଞ୍ଚର ଲଭର୍‌ଙ୍କ ପାଇଁ ତିଆରି ହୋଇଛି ଏହି କାର୍‌। ସିଙ୍ଗଲ ସିଟ୍‌ ଥିବା ଉକ୍ତ କାର୍‌କୁ ଦକ୍ଷିଣ ଆଫ୍ରିକାସ୍ଥ ଜୋହାନସ୍‌ବର୍ଗର ଡିଜାଇନର ଆଲ୍ପ ଜର୍ମାନର୍‌ ଡିଜାଇନ କରିଛନ୍ତି। କ୍ୟାପ୍‌ସୁଲ କାର୍‌ ନାମକ ଏହି ଗାଡ଼ି ଓଭର ନାଇଟ ଟ୍ରିପ୍‌ ପାଇଁ ପ୍ରଯୁଜ୍ୟ। କାରଣ ଏଥିରେ ଲଗେଜ ରଖିବା ଲାଗି ବହୁତ ଜାଗା ଅଛି। ଇଲେକ୍ଟ୍ରିକ ମୋଟର ଦ୍ୱାରା ଏହି ଗାଡି ଚାଲେ। ଗାଡିର ଛାତରେ ସୋଲାର ପ୍ୟାନେଲ ଲାଗିଥାଏ, ଯାହାକି ବ୍ୟାଟେରିକୁ ଚାର୍ଜ କରେ। ଏଥିରେ ଜିପିଏସ୍‌ ନାଭିଗେଶନ ସିଷ୍ଟମ୍‌ ଅଛି। ଏହା ଅନ୍ୟ କ୍ୟାପ୍‌ସୁଲ କାର୍‌ ସହ ବି କନେକ୍ଟ ହୋଇପାରେ। ସାଇଡ୍‌ ମିରର୍‌ ବଦଳରେ ଏଥିରେ ଏକ୍ସଟରନାଲ କ୍ୟାମେରା ଲାଗିଛି, ଯାହାକି ଭିତରର ଏଲ୍‌ସିଡି ଡିସ୍‌ପ୍ଲେ ସହ କନେକ୍ଟ ହୋଇଥାଏ। ଖାସ୍‌କରି କ୍ୟାମ୍ପିଂ ପାଇଁ ଏହି ଗାଡି ଡିଜାଇନ୍‌ ହୋଇଛି।