ବ୍ରହ୍ମପୁରରେ ପହଞ୍ଚତ୍ପାରିଲେନି ଯାତ୍ରୀବାହୀ ବସ୍‌ରେ …

ଦିଗପହଣ୍ଡି,୧୦ା୧(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ପୁରୁଣା ବସଷ୍ଟାଣ୍ଡରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଏକ ଯାତ୍ରୀବାହୀ ବସ୍‌ ମଧ୍ୟରୁ ଶୁକ୍ରବାର ସକାଳ ପ୍ରାୟ ୮ଟାରେ ଜଣେ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ବୃଦ୍ଧା ଜଣକ ହେଲେ ଶେରଗଡ଼ ବ୍ଲକ କାର୍ଯ୍ୟାଳୟ ନିକଟ ଅନନ୍ତ ନଗରର ଲଳିତା ପାଣିଗ୍ରାହୀ(୭୮)। ଲଳିତା ତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା ନିମନ୍ତେ ଘରୁ ବ୍ରହ୍ମପୁର ଯାଉଥିଲେ। ଶେରଗଡ଼ରୁ ଏକ ମିନିବସ ଯୋଗେ ଆସି ଦିଗପହଣ୍ଡି ପୁରୁଣା ବସଷ୍ଟାଣ୍ଡରେ ପହଞ୍ଚତ୍ଥିଲେ। ଦିଗପହଣ୍ଡି ବ୍ଲକ ଗଡ଼ସାମନ୍ତରାପୁର ଗ୍ରାମରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଯାତ୍ରୀବାହୀ ବସ୍‌ରେ ଚଢ଼ିଥିଲେ। ବସ୍‌ ଗହଳି ଥିଲା। ସିଟ ନ ଥିଲା। ସେ ଅସୁସ୍ଥ ଥିବା ଜାଣିବା ପରେ କିଛି ଯାତ୍ରୀ ତାଙ୍କୁ ସିଟ ଛାଡିଥିଲେ। ବସ୍‌ ଛାଡ଼ିବା ପୂର୍ବରୁ ସେ ସିଟରେ ଟଳି ପଡ଼ିଥିଲେ। ତାଙ୍କ ପରିଚୟ ଜଣାପଡି ନ ଥିଲା। କିଛି ଯାତ୍ରୀ ୧୦୮ ଆମ୍ବୁଲାନ୍ସକୁ ଫୋନ କରିବା ପରେ ଆମ୍ବୁଲାନ୍ସ ପହଞ୍ଚତ୍ ତାଙ୍କୁ ଚେତାଶୂନ୍ୟ ଅବସ୍ଥାରେ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବୃଦ୍ଧାଙ୍କ ଫଟୋ ଓ ଖବର ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଶେରଗଡ଼ର ଜଣେ ଖବରଦାତାଙ୍କ ସୂଚନାକ୍ରମେ ବୃଦ୍ଧାଙ୍କ ପୁଅ ସୀମାଞ୍ଚଳ ତାଙ୍କ ମା’ଙ୍କ ଫଟୋକୁ ଚିହ୍ନିଥିଲେ। ପରେ ସେ ପରିବାର ଲୋକଙ୍କ ସହ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚତ୍ଥିଲେ। ଦିଗପହଣ୍ଡି ପୋଲିସ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚତ୍ ମୃତଦେହ ଜବତ କରିବା ସହ ନଂ. ୨/୨୫ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିଲା। ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।

Share