ଅତାବିରା,୧୧ା୫(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ପୋଲିସକୁ ମିଳିଛି ବଡ଼ ସଫଳତା। ଛତିଶଗଡ଼ ରାଜ୍ୟକୁ ଚୋରା ଚାଲାଣ ହେଉଥିବା ୧ କ୍ୟୁଣ୍ଟାଲ ୨୦ କେଜି ୬୭୦ ଗ୍ରାମ ଗଞ୍ଜେଇ ଜବତ କରିଛି ଅତାବିରା ପୋଲିସ l ଏହା ସହ ୨ ଜଣ ଅଭିଯୁକ୍ତ ଉତ୍ତରପ୍ରଦେଶର ୪୫ ବର୍ଷୀୟ ବବି ଖାନ ଓ ଧମା ଅଞ୍ଚଳରେ ରହୁଥିବା ଉଲୁଣ୍ଡା ଥାନା ପତ୍ରାପାଲି ଗ୍ରାମର ସୁଜିତ ସାହୁଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କ ପାଖରୁ ସିଜି ୦୪ ପିକ୍ୟୁ ୪୭୫୦ ଫେକ୍ ନମ୍ବର ଥିବା ଏକ ଆଇ ୨୦ ଏ ଷ୍ଟାର କାର୍ ଦୁଇଟି ମୋବାଇଲ ଏବଂ ନଗଦ ୪୨୦୦ ଟଙ୍କା ଜବତ କରାଯାଇଛି। ଏନେଇ ରବିବାର ବରଗଡ଼ ଏସ୍ଡିପିଓ ପଦାରବିନ୍ଦ ତ୍ରିପାଠୀ ଅତାବିରା ଥାନାରେ ଏକ ସାମ୍ବାଦିକ ସମ୍ମିଳନୀ କରି ଏହି ସୂଚନା ଦେଇଛନ୍ତି। ଏଥିରେ ଅତାବିରା ଆଇଆଇସି ପ୍ରକାଶ କର୍ଣ୍ଣ ମଧ୍ୟ ଉପସ୍ଥିତ ଥିଲେ।