ଚାଲାଣ ହେଉଥିଲା ଗଞ୍ଜେଇ: ମାଡିବସିଲା ପୋଲିସ, ୪ ଗିରଫ

ବରଗଡ଼,୧୨।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଟାଉନ ପୋଲିସ ଦ୍ୱାରା ଏକ କିଣ୍ଟାଲ ୧୦ କେଜି ଗଞ୍ଜେଇ ଜବତ ସହିତ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହା ସହିତ ଗଞ୍ଜେଇ ବୋଝେଇ ମାକ୍ସ ପିକଅପ ଓ ବୋଲେରୋ ଗାଡିକୁ ପୋଲିସ ଜବତ କରିଛି। ବୌଦ୍ଧ ଜିଲାରୁ ରାୟପୁର ପଟକୁ ସେହି ଗାଡ଼ି ଗଞ୍ଜେଇ ଚାଲାଣ ହେଉଥିବା ନେଇ ପୋଲିସ ସୂଚନା ପାଇଥିଲା। ବରଗଡ଼ ସହର ଉପକଣ୍ଠ ହଳଦୀପାଲି ଛକରେ ପୋଲିସ ସେହି ଗାଡି ସହିତ ଅଭିଯୁକ୍ତଙ୍କୁ ଧରିବାକୁ ସକ୍ଷମ ହୋଇଥିଲା ।