ବୋଲେରୋରେ ଗଞ୍ଜେଇ ନେଇ ଯାଉଥିଲେ ଭୁବନେଶ୍ୱର, ବାଟରେ ମାଡ଼ିବସିଲା ପୋଲିସ

ଭଞ୍ଜନଗର,୨୪ା୧୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ସୋମବାର ଚୋରା ଗଞ୍ଜେଇ କାରବାର ଅଭିଯୋଗରେ ଦୁଇଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଗଗନ କୁମାର ମୁଖୀ ଓ ଦିବ୍ୟ ରଞ୍ଜନ ଦିଗାଲ। ସେମାନଙ୍କ ଘର କନ୍ଧମାଳ ଜିଲା ଫିରିଙ୍ଗିଆ ଥାନା ଅଞ୍ଚଳରେ। ଅଭିଯୁକ୍ତମାନଙ୍କଠାରୁ ୬୫ କେଜି ଗଞ୍ଜେଇ, ଗୋଟିଏ ବୋଲେରୋ, ୧୮୩୦ ଟଙ୍କା, ଦୁଇଟି ମୋବାଇଲ ଜବତ କରାଯାଇଛି। ଏନେଇ ଭଞ୍ଜନଗର ଥାନାରେ ୧୨୪୭/୨୫ରେ ଏକ ମାମଲା ରୁଜୁ ହୋଇଛି।

ଘଟଣାରୁ ପ୍ରକାଶ ଯେ, ଗତକାଲି ଅଭିଯୁକ୍ତ ଦ୍ବୟ କନ୍ଧମାଳ ଜିଲାରୁ ଏକ ବୋଲେରୋରେ ଗଞ୍ଜେଇ ଧରି କିଛି ଅଜଣା ବ୍ୟକ୍ତିଙ୍କୁ ବିକ୍ରି କରିବା ପାଇଁ ଭୁବନେଶ୍ବର ଅଭିମୁଖେ ଯାଉଥିଲେ। ବାଟରେ ଭଞ୍ଜନଗର ପୋଲିସ ସୋରାଦେବୀ ମନ୍ଦିର ନିକଟରେ ଗାଡ଼ିକୁ ମାଡ଼ିବସି ଯାଞ୍ଚ କରିବା ପରେ ଗଞ୍ଜେଇ ବାହାରିଥିଲା। ଥାନା ଅଧିକାରୀ ଜୀବନାନନ୍ଦ ଜେନାଙ୍କ ନେତୃତ୍ୱରେ ଏସ୍‌ଆଇ ଜ୍ୟୋତ୍ସ୍ନାମୟୀ ସାହୁ ପ୍ରମୁଖ ଚଢ଼ାଉରେ ସାମିଲ ଥିଲେ।

Dharitri – Odisha’s No.1 Odia Daily

Share