ଆଇନଜୀବୀ, ବରିଷ୍ଠ ନାଟ୍ୟ ନିର୍ଦ୍ଦେଶକଙ୍କ ବିୟୋଗରେ କ୍ୟାଣ୍ଡେଲ ଶୋଭାଯାତ୍ରା

ଗଞ୍ଜାମ , ୨୨।୯(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅନ୍ତର୍ଗତ ପୁଇଁତୋଳା ଗ୍ରାମର ଆଇନଜୀବୀ ତଥା ବରିଷ୍ଠ ନାଟ୍ୟ ନିର୍ଦ୍ଦେଶକ ପଙ୍କଜ କୁମାର ବାରିକି (ମିଟୁ ସାର )ଙ୍କ ଗୁରୁବାର ବିଳମ୍ବିତ ରାତିରେ ହୃଦଘାତରେ ବିୟୋଗ ଘଟିଥିଲା । ସ୍ବର୍ଗତ ବାରିକଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ରବିବାର ପୁଇଁତୋଳା ମା’ କନକ ଦୁର୍ଗା ନାଟ୍ୟ ସାଂସଦ ଓ ଗଣେଶ ପୂଜା ପରିଚାଳନା କମିଟି ପକ୍ଷରୁ ଶତାଧିକ ଯୁବ ଗୋଷ୍ଠୀ ହାତରେ କ୍ୟାଣ୍ଡେଲ ଧରି ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରିଥିଲେ। ସୋମବାର ଶ୍ରମିକ ନେତା ଶଙ୍କର ଦାସ, ସୁଧୀର ପାଢ଼ୀ ସ୍ବର୍ଗତ ବାରିକଙ୍କ ବାସଭବନ ଯାଇ ପରିବାରବର୍ଗଙ୍କୁ ଭେଟି ସମବେଦନା ଜଣାଇଥିଲେ । ଏହି ସମୟରେ ପୂର୍ବତନ ସରପଞ୍ଚ ଶ୍ୟାମା ରେଡି ଏବଂ ସୁଦାମ ଚରଣ ଜେନାଉପସ୍ଥିତ ଥିଲେ। ପେଶାରେ ଆଇନଜୀବୀ ଓ ନିଶାରେ ନାଟକ ସହ ସେ ସବୁବେଳେ ସମାଜ ସେବାରେ ନିୟୋଜିତ ରହୁଥିଲେ ବୋଲି ଶ୍ରମିକ ସଂଗଠନ ନେତା ଶଙ୍କର ଦାସ କହିଛନ୍ତି ।