କର୍କଟ ରୋଗ ନିରାକରଣ ସଚେତନତା 

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଗୁରୁବାର  କର୍କଟ ରୋଗ ନିରାକରଣ ସଚେତନତା ଏବଂ ରୋଗୀ ଚିହ୍ନଟ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସରପଞ୍ଚ ପ୍ରତିନିଧି ପଲ୍ଲବୀ ଗୌଡ଼  ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ କଟକ ସ୍ଥିତ ଏକ ଘରୋଇ ହସ୍ପିଟାଲ ଓ ବ୍ରହ୍ମପୁର ଲାୟନ୍ସ କ୍ଳବ ଗୋଲ୍ଡର ମିଳିତ ଆନୁକୂଲ୍ୟ ରେ  ଆୟୋଜିତ ସଚେତନତା କାର୍ଯ୍ୟକ୍ରମ ରେ ଲାୟନ୍ସ କ୍ଳବ ସଭାପତି ସଙ୍ଗୀତା ବାବୁ ସଭାପତିତ୍ବ କରିଥିଲେ ।

କର୍କଟ ରୋଗ ବିଶେଷଜ୍ଞ ଡାକ୍ତର. ପ୍ରକାଶ କୁମାର ସ୍ଵାଇଁ , ସହଯୋଗୀ ଡାକ୍ତର. ସମୀର କାନ୍ତ ମିଶ୍ର , ଦିଗପହଣ୍ଡି ବ୍ଳକ ପ୍ରକଳ୍ପ ଅଧିକାରୀ ସଙ୍ଗୀତା ପଣ୍ଡା , କ୍ଳବ ସଂଯୋଜକ ଶ୍ୟାମାପ୍ରସାଦ ପାଢୀ , କର୍ମକର୍ତ୍ତା ଶିଶିର କୁମାର ଦାସ , ଦିଲେସୁ ରେଡ୍ଡୀ , ଅମର ପାତ୍ର , ଦିନବନ୍ଧୁ ଗୈାଡ , ନମିତା ମହାପାତ୍ର , ଅଜୟ ପାତ୍ର , ସଙ୍ଗୀତା ପାତ୍ର , ସଞ୍ଜୀବ ରାଓ ପୃଷ୍ଟି , କୁରେଶୁ ପାତ୍ର , ପଞ୍ଚାୟତ ନିର୍ବାହୀ ଅଧିକାରୀ ଗୁପ୍ତେଶ୍ୱରୀ ମଣ୍ଡଳ ପ୍ରମୁଖ ଉପସ୍ଥିତ ଥିଲେ ।  କର୍କଟ ଭଳି ମାରାତ୍ମକ ରୋଗର ଲକ୍ଷଣ ମନୁଷ୍ୟ ଶରୀରରେ ଦେଖାଗଲେ ଏହାକୁ ଭୟ ନ କରି ତାହାର ସଠିକ ନିରାକରଣ ନିମନ୍ତେ ଡାକ୍ତରଙ୍କ ପରାମର୍ଶ ନେବାକୁ କାର୍ଯ୍ୟକ୍ରମରେ ଉପସ୍ଥିତ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା।

ଉପସ୍ଥିତ ଡାକ୍ତରଙ୍କ ଦ୍ବାରା ବହୁ ମହିଳା ନିଜର ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ।  ଆଗାମୀ ଦିନରେ ସମଗ୍ର କଇଠଖଣ୍ଡି ପଞ୍ଚାୟତରେ କର୍କଟ ରୋଗ ଚିହ୍ନଟ କରାଯାଇ ତାର ନିରାକରଣ ପରେ ସମଗ୍ର ପଞ୍ଚାୟତକୁ କର୍କଟ  ମୁକ୍ତ ପଞ୍ଚାୟତରେ ପରିଣତ କରିବା କାର୍ଯ୍ୟକ୍ରମର ମୂଳଲକ୍ଷ୍ୟ ବୋଲି ସଭାରେ ଆଲୋଚନା କରାଯାଇଥିଲା। କାର୍ଯ୍ୟକ୍ରମରେ ପଞ୍ଚାୟତ ଅଧିନ ବିଭିନ୍ନ ଗ୍ରାମର ବହୁ ସଂଖ୍ୟକ ମହିଳା ସ୍ବୟଂ ସହାୟିକା  ଗୋଷ୍ଠୀ ର ସଦସ୍ୟା ବୃନ୍ଦ  ଉପସ୍ଥିତ ଥିଲେ ।

Share
Tags: digapahandi