ନୂଆଦିଲ୍ଲୀ/ଢାକା,୨୩ା୫: ବିଗୁଡୁଛି ଭାରତ-ବାଂଲାଦେଶ କୂଟନୈତିକ ସମ୍ପର୍କ। ଯେଉଁଥିପାଇଁ ଏକ ବଡ଼ ଧରଣର ଚୁକ୍ତିନାମା ବାତିଲ କରିଦେଇଛି ବାଂଲାଦେଶ। ୧୭୯ କୋଟି ଟଙ୍କାର ଜାହାଜ ଚୁକ୍ତିନାମା ବାତିଲ ହୋଇଛି। କୋଲକାତାର GRSE କମ୍ପାନୀ ସହ ଏହି ଚୁକ୍ତି ହେବାକୁ ଥିବାବେଳେ ଏବେ ଏହାକୁ ବାତିଲ କରିଛି ବାଂଲାଦେଶ।
ଅନ୍ୟପକ୍ଷରେ ବାଂଲାଦେଶରେ ରାଜନୈତିକ ସଙ୍କଟ ଘନିଭୂତ ହେବାରେ ଲାଗିଛି। ମହମ୍ମଦ ୟୁନୁସ୍ଙ୍କ ନେତୃତ୍ୱାଧୀନ ସରକାର ଯେକୌଣସି ସମୟରେ ପତ୍ତନ ହୋଇପାରେ ଏବଂ ସରକାର ମୁଖ୍ୟ ମହମ୍ମଦ ୟୁନୁସ୍ ଇସ୍ତଫା ଦେବାକୁ ବିଚାର ବି କରୁଛନ୍ତି।
କେବଳ ଏତିକି ନୁହେଁ, ବାଂଲାଦେଶର ସଙ୍କଟରୁ ଅନୁମାନ କରାଯାଇପାରେ ଯେ, ସେନା ମୁଖ୍ୟ ଜେନେରାଲ ଓ୍ବାକର-ଉଜ୍-ଜମାନ ୟୁନୁସଙ୍କୁ ସିଧାସଳଖ ଚେତାବନୀ ଦେଇଛନ୍ତି ବୋଲି ଜଣାପଡ଼ିଛି। ଏହି ଚେତାବନୀ ହେଉଛି ଡିସେମ୍ବର ସୁଦ୍ଧା ଜାତୀୟ ନିର୍ବାଚନ କରିବା। ଏହା ବ୍ୟତୀତ ସଂଖ୍ୟାଲଘୁଙ୍କ ବିରୋଧରେ ହିଂସା ସମେତ ଅନେକ ପ୍ରସଙ୍ଗରେ ୟୁନୁସଙ୍କୁ ଚାରିପାଖରୁ ଘେରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ସାକ୍ଷାତକାରର ମାତ୍ର ୩ ମାସ ପରେ ଏସବୁ ଘଟୁଛି।