ତହଉର ରାଣାଙ୍କ ନାଗରିକତ୍ୱ ରଦ୍ଦ କରିବ କାନାଡା

ଓଟାଓ୍ବା,୨୫ା୨: ୨୦୦୮ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣରେ ମୁଖ୍ୟ ଭୂମିକା ନେଇଥିବା ଅଭିଯୁକ୍ତ ପାକିସ୍ତାନଜନ୍ମିତ ବ୍ୟବସାୟୀ ତହଉର ହୁସେନ୍‌ ରାଣାଙ୍କ ନାଗରିକତ୍ୱ ରଦ୍ଦ କରିବା ପାଇଁ କାନାଡା ସରକାର ପଦକ୍ଷେପ ଆରମ୍ଭ କରିଛନ୍ତି। କାନାଡା ପ୍ରଧାନମନ୍ତ୍ରୀ ମାର୍କ କାର୍ନି ଭାରତ ଗସ୍ତରେ ଆସିବାକୁ ଥିବାରୁ ତାହା ପୂର୍ବରୁ ରାଣାଙ୍କ ସଭ୍ୟପଦ ରଦ୍ଦ ଲାଗି ଉଦ୍ୟମ ଆରମ୍ଭ ହୋଇଛି। ମୁମ୍ବାଇ ଆକ୍ରମଣର ମୁଖ୍ୟ ଷଡ଼ଯନ୍ତ୍ରକାରୀ ଆମେରିକୀୟ ନାଗରିକ ଡାଭିଡ୍‌ କୋଲେମାନ୍‌ ହେଡ୍‌ଲି ଓରଫ ଦାଉଦ ଗିଲାନିଙ୍କର ଘନିଷ୍ଠ ସହଯୋଗୀ ଥିଲେ ରାଣା। ତାଙ୍କୁ ୨୦୦୧ରେ କାନାଡା ନାଗରିକତ୍ୱ ମିଳିଥିବାବେଳେ ଏହାକୁ ପ୍ରତ୍ୟାହାର କରିନେବା ପାଇଁ ଆପ୍ରବାସନ ବିଭାଗ ନୋଟିସ୍‌ ଦେଇଛି।

Dharitri – Odisha’s No.1 Odia Daily

Share