ନାଗରିକତ୍ୱ ନିୟମ ବଦଳାଇଲା କାନାଡା

ନୂଆଦିଲ୍ଲୀ,୨୫ା୧୧ କାନାଡା ସରକାର ନାଗରିକତ୍ୱ ଆଇନରେ ଆଧୁନିକୀକରଣ କରିଛନ୍ତି। ପୁରୁଣା ନିୟମରେ ଯେଉଁମାନେ ନାଗରିକତ୍ୱରୁ ବାଦ୍‌ ପଡ଼ିଥିଲେ ସେମାନେ ସଂଶୋଧିତ ନିୟମରେ ଉପକୃତ ହେବେ।

ବିଲ୍‌ ସି-୩କୁ ରାଜକୀୟ ମଞ୍ଜୁରୀ ମିଳିଛି। ଉକ୍ତ ଆଇନ ଅନୁଯାୟୀ, ସ୍ବାଭାବିକ ନାଗରିକମାନେ ସେମାନଙ୍କର ବିଦେଶରେ ଜନ୍ମିତ କିମ୍ବା ପୋଷ୍ୟ ସନ୍ତାନଙ୍କୁ ନାଗରିକତ୍ୱ ଅଧିକାର ହସ୍ତାନ୍ତର କରିପାରିବେ। ଏହାଦ୍ୱାରା କାନାଡାରେ ଥିବା ଅନେକ ହଜାର ଭାରତୀୟ ବଂଶୋଦ୍ଭବ ପରିବାର ଉପକୃତ ହେବେ ବୋଲି କୁହାଯାଉଛି। ଗତ ବୁଧବାର ବିଲ୍‌ ସି-୩ ସିନେଟ୍‌ର ଅନୁମୋଦନ ଲାଭ କରିଥିଲା।