IPL ଇତିହାସର ସବୁଠୁ ମହଙ୍ଗା ବିଦେଶୀ ଖେଳାଳି ହେଲେ କ୍ୟାମେରନ ଗ୍ରୀନ: ଏତିକି କୋଟି ଟଙ୍କାରେ କିଣିଲା KKR

ଆବୁଧାବି,୧୬।୧୨: IPL 2026 ନିଲାମ ଆରମ୍ଭ ହୋଇଯାଇଛି। ଅଷ୍ଟ୍ରେଲିୟ ଅଲରାଉଣ୍ଡର କ୍ୟାମେରନ ଗ୍ରୀନଙ୍କୁ KKR ୨୫ କୋଟି ୨୦ ଲକ୍ଷରେ କିଣିଛି। ଫଳରେ ମିନି ଅକ୍ସନରେ ଗ୍ରୀନ IPL ଇତିହାସର ସବୁଠାରୁ ମହଙ୍ଗା ବିଦେଶୀ ଖେଳାଳି ହୋଇଛନ୍ତି।

ଆଗାମୀ ସିଜିନ ପୂର୍ବରୁ ଦଳଗୁଡ଼ିକ ସେମାନଙ୍କର ଆବଶ୍ୟକତା ପୂରଣ କରିବାକୁ ଚାହୁଁଥିବାରୁ, ଏଥର ୩୬୯ ଖେଳାଳିଙ୍କୁ କ୍ରୟ କରାଯାଉଛି। IPL 2026 ନିଲାମରେ ୩୬୯ ଖେଳାଳିଙ୍କ ମଧ୍ୟରୁ ୪୦ ଖେଳାଳିଙ୍କ ମୂଳ ମୂଲ୍ୟ ୨ କୋଟି। ଯେତେବେଳେ ଅଧିକାଂଶ ଖେଳାଳିଙ୍କ ମୂଳ ମୂଲ୍ୟ ୩୦ ଲକ୍ଷ ରହିଛି। ଏଥର ୧୦ଟି ଦଳରେ ସର୍ବାଧିକ ୭୭ ଖେଳାଳି ବିକ୍ରି ହୋଇପାରିବ, ଯେଉଁଥିରୁ ୩୧ ଜଣ ବିଦେଶୀ ଖେଳାଳି ରହିବେ ନାହିଁ।

 

Dharitri – Odisha’s No.1 Odia Daily

 

 

Share