କୋଲକାତା,୨।୨: ବଲିଉଡ୍ ଅଭିନେତା ତଥା ଭାଜପା ନେତା ପରେଶ ରାଓ୍ବଲଙ୍କୁ କୋଲକାତା ହାଇକୋର୍ଟରୁ ଆଶ୍ୱସ୍ତି ମିଳିଛି। ପରେଶଙ୍କ ଉପରେ କୌଣସି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାକୁ ହାଇକୋର୍ଟ ତଲାତଲା ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ କହିଛନ୍ତି, ବଙ୍ଗୀୟଙ୍କୁ ମାଛ ରୋଷେଇ କରିବାକୁ ଦେଇଥିବା ବିବାଦୀୟ ମନ୍ତବ୍ୟ ପାଇଁ ପରେଶ ପୂର୍ବରୁ କ୍ଷମା ମାଗିସାରିଛନ୍ତି। ହାଇକୋର୍ଟର ଏକ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି ଯେ, କୋଲକାତା ପୋଲିସ ପକ୍ଷରୁ ପରେଶ ରାୱଲଙ୍କ ବିରୋଧରେ କୌଣସି ଦଣ୍ଡାତ୍ମକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ। କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ଯଦି ଆବଶ୍ୟକ ହୁଏ ତେବେ ତାଙ୍କୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ପଚରାଉଚରା କରାଯାଇପାରିବ। ସୂଚନାଯୋଗ୍ୟ, ଗୁଜରାଟ ନିର୍ବାଚନ ସମୟରେ ପରେଶ ରାୱଲ ବଙ୍ଗୀୟମାନଙ୍କୁ ଅପମାନିତ କରିଥିବା ଅଭିଯୋଗ ହୋଇଛି। ଏହି ମାମଲାରେ ତାଙ୍କ ବିରୋଧରେ ସିପିଏମ୍ର ପଶ୍ଚିମବଙ୍ଗ ପ୍ରଭାରୀ ମହମ୍ମଦ ସଲିମଙ୍କ ଏକ ମାମଲା ରୁଜୁ କରିଥିଲେ।