ରିଷିଡ଼ା,୨୮ା୨ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ତା ବ୍ଲକ୍ ରିଷିଡ଼ା ତେରେସିଂହା (ଫଟାମୁଣ୍ତା) ଛକରେ କାଠରେ ତିଆରି ଏକ କ୍ୟାବିନକୁ କେହି ଜଣେ ଦୁର୍ବୃତ୍ତ ପୋଡ଼ିଦେଇଥିବା ଅଭିଯୋଗ ହୋଇଛି। ଫଟାମୁଣ୍ତାର ଟଙ୍କଧର ରଣା ଏହି କ୍ୟାବିନରେ ତେଜରାତି ସାମଗ୍ରୀ ବିକ୍ରି କରୁଥିଲେ।
କ୍ୟାବିନ ପୋଡ଼ିଯିବାରୁ ଭିତରେ ଥିବା ପ୍ରାୟ ୬୦ ହଜାର ଟଙ୍କାର ବିଭିନ୍ନ ସାମଗ୍ରୀ ପୋଡ଼ି ନଷ୍ଟ ହୋଇଯାଇଥିବା ନେଇ ସେ ଥାନାରେ ଅଭିଯୋଗ କରିଛନ୍ତି। ଅନୁରୂପ ଭାବେ ଏହି ଛକରେ ଥିବା ରିଷିଡ଼ାର ଲମ୍ବୋଦର ରଣାଙ୍କ ଠେଲା ଓ କ୍ୟାବିନକୁ ଗତ ରାତିରେ କେହି ଦୁର୍ବୃତ୍ତ ଓଲଟାଇ ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି।