ଅତାବିରା,୧।୧୨(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାରେ ଦେଖା ଦେଇଥିବା ଅଚଳାବସ୍ଥାକୁ ନେଇ ଚାଷୀ ଅସନ୍ତୋଷ ଲାଗି ରହିଛି। ଏହାକୁ ନେଇ ଚାଷୀ ଆନ୍ଦୋଳନ ମଧ୍ୟ ମୁଣ୍ଡ ଟେକିଛି। ତେବେ ସୋମବାର ଅତାବିରା ନିୟନ୍ତ୍ରିତ ବଜାର କମିଟି (ଆରଏମସି) ଅଧୀନ ଗୋଡଭଗା ମଣ୍ଡିରୁ ରାତି ଅଧିଆ ଧାନ ଉଠାଣ କରାଯାଇଛି। ମଣ୍ଡିରେ ହଜାର ହଜାର ବସ୍ତା ଧାନ ପଡି ରହିଛି। ମାତ୍ର ରାତି ପ୍ରାୟ ୯ଟାରେ ଗୋଡଭଗା ମଣ୍ଡିରୁ ଭି.ବୁଲ୍ଲିରାଜୁ ନାମକ ଜଣେ ଚାଷୀଙ୍କ କେବଳ ୭୫କୁଇଣ୍ଟାଲ ଧାନ ଉଠାଯାଇଛି। ସେହିଧାନକୁ କେନ୍ଦପାଲିସ୍ଥିତ ଶ୍ରୀକ୍ରୀଷ୍ଣା ଏଗ୍ରୋ ରାଇସ ମିଲକୁ ନିଆଯାଇଛି। ଧାନ ଉଠାଣ ସମୟରେ ଯୋଗାଣ ଅଧିକାରୀ ଦିବ୍ୟ ବଡମାଳୀଙ୍କ ସମେତ ମଣ୍ଡି କର୍ମଚାରୀ ଉପସ୍ଥିତ ଥିଲେ। ରାତି ଅଧିଆ ଧାନ କ୍ରୟ କରାଯାଇ ତାକୁ ରାତାରାତି ରାଇସ ମିଲକୁ ନିଆଯିବା ବର୍ତ୍ତମାନ ଚର୍ଚ୍ଚାର ବିଷୟ ହୋଇଛି।