ବଲାଙ୍ଗିର, ୨ା୬(ସୁନୀଲ ମହାନ୍ତି): ସୋମବାର ପୂର୍ବାହ୍ନରେ ଛତିଶଗଡ଼ରୁ ଏକ ଟ୍ରକ୍ ଯୋଗେ ଧାନ ଆସୁଥିବା ଖବର ପାଇ ସ୍କ୍ବାର୍ଡ ପାର୍ଟି ଚଢ଼ାଉ କରିଥିଲା l ଏବେ ବଲାଙ୍ଗିର ଜିଲାରେ ରବି ଧାନ କିଣା ଚାଲିଛି l ଏହାର ଫାଇଦା ନେଇ ଛତିଶଗଡ଼ରୁ କମ ମୂଲ୍ୟରେ କିଛି ବେପାରୀ ମାନେ ଧାନ ଆଣି ଚାଷୀଙ୍କ ନାଁରେ ବଲାଙ୍ଗିର ଜିଲାର ବିଭିନ୍ନ ମଣ୍ଡିରେ ବିକ୍ରୀ କରୁଥିବା ଜଣାପଡିଛି l ଧାନ ଟ୍ରକଟି ତୁଷୁରା ଦେଇ ଆସୁଥିବା ଖବର ପାଇ ସ୍କୁଆର୍ଡ ପାର୍ଟି ଚଢ଼ାଉ କରିଥିଲା l
ତୁଷୁରାରୁ ଓଡି ୧୭ ଡବ୍ଲୁ ୩୭୬୬ ନମ୍ବର ଟ୍ରକ ରୁ ୧୧୮.୯୦ କୁଇଣ୍ଟାଲ ଧାନ ଜବତ କରିଥିଲେ। ଛତିଶଗଡରୁ ତୁଷୁରାକୁ ଟ୍ରକ୍ ଯୋଗେ ଆଣୁଥିବା କୁଳଦୀପ ଗୁପ୍ତାଙ୍କ ୨୭୦ ଟି ଧାନ ବସ୍ତାକୁ ଜବତ କରାଯାଇଛି। ଜବତ କରିଥିବା ଧାନକୁ ସମଲେଶ୍ଵରୀ ଆଗ୍ରୋ ଚାଉଳ ମିଲରେ ଜିମା ଦିଆ ଯାଇଛି। ଏହି ଚଢାଉ ବେଳେ କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ ସୋମକେଶ ନାୟକ, ଉପଖଣ୍ଡ ଯୋଗାଣ ଅଧିକାରୀ ଶରତ କୁମାର ରାଉତ ଏବଂ ପୋଲିସ ଉପସ୍ଥିତ ଥିଲେ।