Categories: Home Leftଖେଳ

ପରାଜୟ ପରେ ଇଂଲଣ୍ଡ ଦଳରେ ବଡ଼ ପରିବର୍ତ୍ତନ

ମାଞ୍ଚେଷ୍ଟର,୭।୯: ଓଭାଲ ଟେଷ୍ଟରେ ପରାଜୟ ପରେ ଓଲ୍ଡ ଟ୍ରାଫର୍ଡଠାରେ ଖେଳାଯିବାକୁ ଥିବା ୫ମ ତଥା ଅନ୍ତିମ ଟେଷ୍ଟ ଲାଗି ଇଂଲଣ୍ଡ ଦଳ  ଦଳରେ ବଡ଼ ପରିବର୍ତ୍ତନ କରିଛି।  ୧୬ ଜଣିଆ ଦଳକୁ ଫେରିଛନ୍ତି ଜୋସ ବଟଲର ଓ ଜ୍ୟାକ ଲିଚ୍‌।

ଦ୍ୱିତୀୟ ଥର ବାପା ହେବାକୁ ଯାଉଥିବାରୁ ବଟଲର ଭାରତ ବିପକ୍ଷ ଚତୁର୍ଥ ଟେଷ୍ଟରେ ଭାଗ ନେଇ ନ ଥିଲେ। କିନ୍ତୁ ଏବେ ସେ ଜାତୀୟ ଦଳକୁ ଫେରିଛନ୍ତି। ଅନ୍ୟପକ୍ଷରେ ପ୍ରଥମ ଦୁଇ ମ୍ୟାଚ୍‌ରେ ଖେଳିବାକୁ ସୁଯୋଗ ନ ପାଇବାରୁ ଲିଚ୍‌ଙ୍କୁ ସମରସେଟ ପକ୍ଷରୁ କାଉଣ୍ଟି କ୍ରିକେଟ ଖେଳିବା ପାଇଁ ଛଡ଼ା ଯାଇଥିଲା। ଲିଚ୍‌ଙ୍କୁ ଦଳରେ ଏବେ ସ୍ଥାନ ମିଳିବାର ଅର୍ଥ ଅଲରାଉଣ୍ଡର ମୋଇନ ଅଲିଙ୍କୁ ବିଶ୍ରାମ ଦେବା ନ ହେଲେ ଏକାଠି ଦୁଇ ସ୍ପିନରଙ୍କୁ ଖେଳାଇବା ଲାଗି ଇଂଲଣ୍ଡ ଟିମ୍‌ ମ୍ୟାନେଜମେଣ୍ଟ ଚିନ୍ତା କରୁଛି। କାରଣ ମାଞ୍ଚେଷ୍ଟର ପିଚ୍‌ ପାରମ୍ପରିକ ଭାବେ ସ୍ପିନରଙ୍କୁ ସୁହାଇଥାଏ। ଅନ୍ୟପକ୍ଷରେ ଯଦି ବଟଲର ଦଳକୁ ଫେରନ୍ତି, ତେବେ ଜନ୍ନି ବେଆରଷ୍ଟୋ କିମ୍ବା ଓଲି ପୋପ୍‌ଙ୍କ ମଧ୍ୟରୁ ଜଣଙ୍କୁ ବାଦ୍‌ ଦିଆଯାଇପାରେ।

Share