ପ୍ରତିଷ୍ଠିତ ବ୍ୟବସାୟୀ ପାଲୋଞ୍ଜୀ ମିସ୍ତ୍ରୀଙ୍କ ପରଲୋକ

ମୁମ୍ବାଇ,୨୮।୬: ଶାପୁରଜୀ ପାଲୋଞ୍ଜୀ ଗ୍ରୁପ୍‌ର ଚେୟାରମ୍ୟାନ ପାଲୋଞ୍ଜୀ ମିସ୍ତ୍ରୀଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୩ ବର୍ଷ ହୋଇଥିଲା। ବୟସରେ ମୁମ୍ବାଇରେ ଦେହାନ୍ତ ହୋଇଛି।
ଇଞ୍ଜିନିୟରିଂ, କନଷ୍ଟ୍ରକସନ୍‌, ଇନ୍‌ଫ୍ରାଷ୍ଟ୍ରକ୍ଚର୍‌, ରିଅଲ ଇଷ୍ଟେଟ, ଜଳ ଶକ୍ତି ଏବଂ ଆର୍ଥିକ ସେବା କ୍ଷେତ୍ରରେ ଶାପୁରଜୀ ପାଲୋଞ୍ଜୀ ଗ୍ରୁପର ବ୍ୟବସାୟ ବିସ୍ତାର ହୋଇଛି। ଏହି ଗ୍ରୁପ୍‌ର ପ୍ରାୟ ୫୦,୦୦୦ କର୍ମଚାରୀ ଅଛନ୍ତି। କମ୍ପାନୀ ତରଫରୁ କୁହାଯାଇଛି ଯେ ଏହି ଗ୍ରୁପ୍‌ ବିଶ୍ୱର ୫୦ଟି ଦେଶରେ ବ୍ୟବସାୟ କରୁଛି।
ପାଲୋଞ୍ଜୀ ମିସ୍ତ୍ରୀ ଏକ ପାର୍ସୀ ପରିବାରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କୁ ୨୦୧୬ ମସିହାରେ ପଦ୍ମ ଭୂଷଣ ପୁରସ୍କୃତ କରାଯାଇଥିଲା।