ନୂଆଦିଲ୍ଲୀ,୨୭।୨: ସାହାରା ଇଣ୍ଡିଆରେ ଟଙ୍କା ରଖିଥିବା ନିବେଶକମାନଙ୍କୁ ବଡ଼ ଆଶ୍ୱସ୍ତି ଦେଇଛନ୍ତି କେନ୍ଦ୍ର ସରକାର। ଏବେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜମା କରିଥିବା ନିବେଶକମାନେ ନିଜ ଟଙ୍କା ଫେରସ୍ତ ପାଇଁ ଦାବି କରିପାରିବେ। ପୂର୍ବରୁ କେବଳ ଅଳ୍ପ ପରିମାଣର ଟଙ୍କା ପାଇଁ ଆବେଦନ କରାଯାଉଥିଲା।
କେଉଁମାନଙ୍କୁ ମିଳିବ ଟଙ୍କା?
ସାହାରାର ମୁଖ୍ୟ ୪ଟି ସୋସାଇଟିରେ ନିବେଶ କରିଥିବା ଜମାକାରୀମାନେ ଏହି ସୁବିଧା ପାଇବେ:
୧. ସାହାରା କ୍ରେଡିଟ କୋଅପରେଟିଭ ସୋସାଇଟି।
୨. ସାହାରାୟନ ୟୁନିଭର୍ସାଲ ମଲ୍ଟିପର୍ପଜ ସୋସାଇଟି।
୩. ହମାରା ଇଣ୍ଡିଆ କ୍ରେଡିଟ କୋଅପରେଟିଭ ସୋସାଇଟି।
୪. ଷ୍ଟାର୍ସ ମଲ୍ଟିପର୍ପଜ କୋଅପରେଟିଭ ସୋସାଇଟି।
ଯଦି ପୂର୍ବରୁ ଆପଣଙ୍କ ଆବେଦନରେ କୌଣସି ତ୍ରୁଟି (Deficiency) ଯୋଗୁଁ ତାହା ଖାରଜ ହୋଇଥିଲା, ତେବେ ଆପଣ ପୁନର୍ବାର ’Resubmit’ କରି ସଂଶୋଧନ କରିପାରିବେ।
କିଭଳି କରିବେ ଆବେଦନ? (Process)
ଅନ୍ଲାଇନ ପୋର୍ଟାଲ: ନିବେଶକଙ୍କୁ CRCS-Sahara Refund Portalକୁ ଯାଇ ନିଜର ପଞ୍ଜିକରଣ କରିବାକୁ ହେବ।
ଆବଶ୍ୟକୀୟ ଦସ୍ତାବିଜ: ଆଧାର ନମ୍ବର (ମୋବାଇଲ ଲିଙ୍କ ଥିବା ଜରୁରୀ), ସଦସ୍ୟତା ନମ୍ବର (Membership No.) ଏବଂ ଜମା ରସିଦ।
PAN କାର୍ଡ: ଯଦି ଆପଣଙ୍କ ଦାବି ରାଶି ୫୦,୦୦୦ ଟଙ୍କାରୁ ଅଧିକ, ତେବେ ପାନ କାର୍ଡ ବାଧ୍ୟତାମୂଳକ।
ସମୟ ସୀମା: ଆବେଦନର ୪୫ ଦିନ ମଧ୍ୟରେ ଯାଞ୍ଚ ପ୍ରକ୍ରିୟା ଶେଷ ହେବା ପରେ ଟଙ୍କା ସିଧାସଳଖ ଆପଣଙ୍କ ଆଧାର ସଂଯୁକ୍ତ ବ୍ୟାଙ୍କ ଖାତାକୁ ପଠାଇ ଦିଆଯିବ।
ନିବେଶକଙ୍କ ପାଇଁ ସତର୍କତା:
ନିବେଶକମାନେ ନିଜର ନାମ, ରସିଦ ନମ୍ବର ଏବଂ ଅନ୍ୟାନ୍ୟ ତଥ୍ୟ ଅତି ସାବଧାନତାର ସହ ପୂରଣ କରନ୍ତୁ। ଯଦି ଆପଣଙ୍କ ପାଖରେ ଏକାଧିକ ବଣ୍ଡ ବା ରସିଦ ଅଛି, ତେବେ ସମସ୍ତ ବିବରଣୀ ଗୋଟିଏ ଆବେଦନରେ ହିଁ ଦିଅନ୍ତୁ, କାରଣ ବାରମ୍ବାର ଆବେଦନ କରିବାର ବିକଳ୍ପ ନାହିଁ।