ଡିଭାଇଡରରେ ପିଟିହେଲା ବସ୍‌

ଜଳେଶ୍ୱର,୧୮ା୧୧: ବାଲେଶ୍ୱର ଜିଲା ଜଳେଶ୍ୱରର ଲକ୍ଷ୍ମଣନାଥ ଟୋଲ୍‌ଗେଟ୍‌ ନିକଟରେ ସୋମବାର ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ବସ୍‌ରେ ୫୦ ଜଣ ଯାତ୍ରୀ ଥିବାବେଳେ କେହି ମୃତାହତ ହୋଇ ନ ଥିବା ଜଣାପଡ଼ିଛି। ବସ୍‌ଟି କୋଲକାତାରୁ ଆସୁଥିବାବେଳେ ୧୬ ନଂ ଜାତୀୟ ରାଜପଥ ଲକ୍ଷ୍ମଣନାଥ ଟୋଲ୍‌ଗେଟ୍‌ ନିକଟରେ ଏକ ଡିଭାଇଡରରେ ପିଟି ହୋଇଯାଇଥିଲା। ବସ୍‌ର ସମ୍ମୁଖ ଭାଗ ଭାଙ୍ଗିରୁଜି ଯାଇଛି। ତେବେ ଏଥିରେ ଥିବା ସମସ୍ତ ଯାତ୍ରୀ ଅଳ୍ପକେ ରକ୍ଷା ପାଇଯାଇଛନ୍ତି।

Share
Tags: Bus Accident