ବିଦ୍ୟୁତ୍‌ ତାର ଲାଗି ଜଳିଗଲା ବସ୍‌: ଚାଲିଗଲା ୫ ବରଯାତ୍ରୀଙ୍କ ଜୀବନ

ଗାଜିପୁର,୧୧।୩: ଉତ୍ତରପ୍ରଦେଶର ଗାଜିପୁର ଜିଲା ମର୍‌ଦହ ଥାନା ଅଞ୍ଚଳରେ ସୋମବାର ଏକ ଅଘଟଣ ଘଟିଛି। ୩୮ ଜଣ ବରଯାତ୍ରୀଙ୍କୁ ଧରି ବସ୍‌ଟି ମହାହର୍‌ଧାମକୁ ଆସୁଥିବା ବେଳେ ବାଟରେ ୧୧ କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଯାଇଥିଲା। ଫଳରେ ବସ୍‌ଟି ସମ୍ପୂର୍ଣ୍ଣ ଭାବେ ଜଳି ଯାଇଥିଲା। ନିଆଁରେ ପୋଡି ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୧ଜଣ ଆହତ ହୋଇଥିବା ସ୍ଥାନୀୟ ଜଣେ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି।

ଦୁର୍ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଓ ଗୁରୁତର ଭାବେ ଆହତ ହୋଇଥିବା ବ୍ୟକ୍ତିଙ୍କୁ ୫୦ ହଜାର ଲେଖାଏ ଆର୍ଥିକ ସହାୟତା ରାଶି ଘୋଷଣା କରିଛନ୍ତି।