ମଝି ରାସ୍ତାରେ ହୁତୁହୁତୁ ହୋଇ ଜଳିଗଲା ବସ୍‌: ୫୦ରୁ ଅଧିକ ଲୋକଙ୍କ ଚାଲିଗଲା ଜୀବନ

କାବୁଲ,୨୦।୮: ଆଫଗାନିସ୍ତାନରେ ଏକ ବଡ଼ ସଡ଼କ ଦୁର୍ଘଟଣାରେ ଅତି କମରେ ୭୧ ଜଣଙ୍କର ମୃତ୍ୟୁ ହୋଇଛି। ସ୍ଥାନୀୟ ପୋଲିସ ଏବଂ ଜଣେ ପ୍ରାଦେଶିକ ଅଧିକାରୀ କହିଛନ୍ତି, ପଶ୍ଚିମ ଆଫଗାନିସ୍ତାନରେ ୫୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି। ଇରାନରୁ ଫେରୁଥିବା ପ୍ରବାସୀଙ୍କୁ ନେଇ ଯାଉଥିବା ଏକ ଯାତ୍ରୀବାହୀ ବସ ଏକ ଟ୍ରକ ଏବଂ ଏକ ମୋଟରସାଇକେଲ ସହିତ ଧକ୍କା ହେବାପରେ ଜଳିଯାଇଥିଲା। ହେରାତ ପ୍ରାଦେଶିକ ପୋଲିସ କହିଛି, ଦୁର୍ଘଟଣାଟି ଅତ୍ୟଧିକ ଗତି ଏବଂ ବସ ଡାଇଭର୍‌ଙ୍କ ଅବହେଳା ଯୋଗୁ ଘଟିଛି।

ସମସ୍ତ ଯାତ୍ରୀ ଇସଲାମ କାଲାରେ ଗାଡ଼ିରେ ଚଢ଼ିଥିବା ପ୍ରବାସୀ ଥିଲେ। ହେରାତ ସହର ବାହାରେ ଥିବା ଗୁଜାରା ଜିଲାର ପୋଲିସ କହିଛି, ଦୁର୍ଘଟଣାରେ ଏକ ମୋଟରସାଇକେଲ ମଧ୍ୟ ସାମିଲ ଅଛି। ମୃତକଙ୍କ ମଧ୍ୟରୁ ଅଧିକାଂଶ ବସରେ ଥିଲେ, ଟ୍ରକରେ ଦୁଇଜଣ ଥିଲେ ଏବଂ ଅନ୍ୟ ଦୁଇଜଣ ମୋଟରସାଇକେଲରେ ଥିଲେ।

ଇରାନର ଗୃହମନ୍ତ୍ରୀ ଏସକାନ୍ଦର ମୋମେନି ଘୋଷଣା କରିବା ପରେ ଏହି ଦୁର୍ଘଟଣା ଘଟିଛି। ଆସନ୍ତା ମାର୍ଚ୍ଚ ସୁଦ୍ଧା ୮୦୦,୦୦୦ ଅଧିକ ଲୋକଙ୍କୁ ଦେଶ ଛାଡିବାକୁ ପଡିବ।