କୋରାପୁଟ/ନାରାୟଣପାଟଣା,୪ା୫(ଅମିତାଭ ବେହେରା/ରାଜକିଶୋର ଜେନା)- କୋରାପୁଟ ଜିଲା ବନ୍ଧୁଗଁା ବ୍ଲକ୍ର ସରପାଲ୍ଲୀ ନୀଳାବାଡି ରାସ୍ତାରେ ରବିବାର ବସ ସହ ବାଇକ୍ ମୁହାଁମୁହିଁ ଧକ୍କା ହୋଇ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ବନ୍ଧୁଗଁା ଥାନା ଅନ୍ତର୍ଗତ କାଡ୍ରାଗୁଡ଼ା ଗ୍ରାମର ଗୁରୁଆ ମାଣ୍ଡିଙ୍ଗା।
ସୂଚନା ଅନୁଯାୟୀ, ଗୁରୁଆ କୌଣସି କାମରେ ବାଇକ୍ ଯୋଗେ କୁମ୍ଭାରିପୁଟ ଯିବାକୁ ବାହାରିଥିଲେ। ସରପାଲ୍ଲୀ-ନିଳାବାଡ଼ି ରାସ୍ତାରେ ବିପରୀତ ଦିଗରୁ ଆସୁଥିବା ଏକ ଘରୋଇ ବସ୍ ସହ ମୁହଁାମୁହିଁ ଧକ୍କା ହୋଇଥିଲେ। ଫଳରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗି ରକ୍ତ ସ୍ରାବ ହୋଇ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଖବର ପାଇ ବନ୍ଧୁଗଁା ପୋଲିସ ପହଞ୍ଚି ବସ ଓ ବାଇକ୍ ଜବତ କରିଥିଲା। ଏପରିକି ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏନେଇ ଦୁର୍ଘଟଣାରେ ଏକ ମାମଲା ରୁଜୁ ହୋଇଛି।