ମୋହନା, ୧୨।୫(ମନ୍ମଥ ମିଶ୍ର): ଗାଈକୁ ବଞ୍ଚାଇବାକୁ ଯାଇ ଯାତ୍ରୀବାହୀ ବସ ଦୁର୍ଘଟଣା। ଅଳ୍ପକେ ବର୍ତ୍ତୀଲେ ଯାତ୍ରୀ l ଗଜପତି ଜିଲା ଆର. ଉଦୟଗିରି ଥାନା ଛେଳିଗଡ଼ ହାଟପଦା ନିକଟରେ ଏଭଳି ଘଟଣା ଘଟିଛି l ସୂଚନା ପ୍ରକାରେ, ହନୁମାନ ନାମକ ଯାତ୍ରୀବାହୀ ଘରୋଇ ବସ ପାରଳାଖେମୁଣ୍ଡିରୁ ବାହାରି ମୋହନା ଅଭିମୁଖେ ୨୫ ଜଣ ପାସେଞ୍ଜେରଙ୍କୁ ନେଇ ଯାଉଥିଲା l ହେଲେ ଛେଳିଗଡ଼ ହାଟପଦା ନିକଟରେ ଏକ ଗାଈ ରାସ୍ତା ଉପରେ ଥିବାରୁ ଗାଇକୁ ବଞ୍ଚାଇବାକୁ ଯାଇ ରାସ୍ତାର ବାମ ପାର୍ଶ୍ୱରେ ଥିବା ଏକ ଗଛକୁ ପିଟିଥିଲା l ଦୁର୍ଘଟଣାରେ ଗାଡ଼ିରେ ବସିଥିବା ଲୋକଙ୍କ କିଛି କ୍ଷତି ହୋଇ ନ ଥିବା ବେଳେ ଗାଇଟିର ଗୋଡ଼ ଭାଙ୍ଗିବା ସହିତ ପଞ୍ଜରା ହାଡ଼ ଭାଙ୍ଗିଯାଇଥିବା ଗାଈ ମାଲିକ କହିଛନ୍ତି l ଅନ୍ୟପଟେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି l