କଳିଙ୍ଗା ଘାଟିରେ ଡ୍ରେନକୁ ଖସିଲା ବସ: ଘନ କୁହୁଡି ଯୋଗୁ…

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଓ କନ୍ଧମାଳ ଜିଲା ସୀମାରେ ଥିବା କଳିଙ୍ଗା ଘାଟି ରେ ମାଟି ଓ ପଥର ଖସିବା ପରଠୁ ଘାଟିରେ କିଛି ଦିନ ବ୍ୟବଧାନରେ ଦୁର୍ଘଟଣା ଘଟୁଛି। ଏହିଭଳି ଶୁକ୍ରବାର ସକାଳେ ଏକ ବସ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଏଥିରେ ଯାତ୍ରୀମାନେ ସୁରକ୍ଷିତ ଥିବା ଜଣାପଡିଛି। ଘନ କୁହୁଡି ଯୋଗୁ ଏହି ସମସ୍ୟା ଦେଖାଦେଇଛି। ବସଟି ଭୁବନେଶରରୁ ଦାରୀଙ୍ଗିବାଡ଼ି ଯିବା ସମୟରେ ଏହି ଦୁର୍ଘଟଣା ଘଟିଛି। କୁହୁଡି ଯୋଗୁ ରାସ୍ତା ଦେଖା ଯାଇନଥିଲା ଚାଳକଙ୍କୁ। ଫଳରେ ବସଟି ଡ୍ରେନକୁ ଖସି ଯାଇଥିଲା। ବସଟି ଡାହାଣ ପଟକୁ ଖସିଥିଲେ ସ୍ଥିତି ଅଲଗା ହୋଇଥାନ୍ତା। ଘାଟିର ଉଭୟ ପାଶର୍‌ବରେ ପର୍ଯ୍ୟାପ୍ତ ସୋଲାର ଲାଇଟ ସହ ଅନ୍ୟାନ୍ୟ ବ୍ୟବସ୍ଥା କରିବାକୁ ଦାବି ହୋଇଛି।

 

Dharitri – Odisha’s No.1 Odia Daily