Categories: Home Leftଖେଳ

IND vs ENG: ଇଂଲଣ୍ଡ ବିପକ୍ଷ ୩ୟ ଟେଷ୍ଟରେ ଖେଳିବେନି ଟିମ ଇଣ୍ଡିଆର ଏହି ଦ୍ରୁତ ବୋଲର

ନୂଆଦିଲ୍ଲୀ,୫।୨: ଟିମ ଇଣ୍ଡିଆ ବିଶାଖାପାଟନମ ଟେଷ୍ଟରେ ୧୦୬ ରନରେ ଇଂଲଣ୍ଡକୁ ପରାସ୍ତ କରିଛି। ଏହାପୂର୍ବରୁ ହାଇଦ୍ରାବାଦ ଟେଷ୍ଟରେ ଇଂଲଣ୍ଡ ଭାରତୀୟ ଦଳକୁ ୨୮ ରନରେ ପରାସ୍ତ କରିଥିଲା। ଏହିପର ୫ ଟେଷ୍ଟ ମ୍ୟାଚର ସିରିଜ ୧-୧ରେ ପହଞ୍ଚିଛି। ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ସିରିଜର ତୃତୀୟ ଟେଷ୍ଟ ୧୫ ଫେବୃଆରୀରୁ ଖେଳାଯିବ। ରାଜକୋଟରେ ଉଭୟ ଦଳ ମୁହାଁମୁହିଁ ହେବେ। ତେବେ ଏହି ଟେଷ୍ଟ ପୂର୍ବରୁ ବଡ ଖବର ସାମ୍ନାକୁ ଆସିଛି। ଟିମ ଇଣ୍ଡିଆର ଦ୍ରୁତ ବୋଲର ଜସପ୍ରୀତ ବମ୍‌ରା ରାଜକୋଟ ଟେଷ୍ଟର ଅଂଶ ହେବେ ନାହିଁ। ମିଡିଆ ରିପୋର୍ଟ ଅନୁଯାୟୀ, ଜସପ୍ରୀତ ବୁମ୍‌ରାଙ୍କୁ ତୃତୀୟ ଟେଷ୍ଟ ପାଇଁ ବିଶ୍ରାମ ଦିଆଯାଇପାରେ। ତେବେ ଏ ପର୍ଯ୍ୟନ୍ତ ସରକାରୀ ସୂଚନା ପ୍ରକାଶ ପାଇନାହିଁ।

Share