ସିମନବାଡି ମୁଖ୍ୟ ଛକରେ ଷଣ୍ଢ ଉପଦ୍ରବ, ଖାଦ୍ୟ ପାଇଁ ଲଢେଇ

ଦାରିଙ୍ଗବାଡି,୧୨।୧ (ଅରୁଣ ସାହୁ ): ଚରି ବୁଲି ଖାଉଥା ମୋର ହୋଇ ରହିଥା ଏଭଳି ଉକ୍ତିରେ ଏବେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ପଞ୍ଚାୟତ ଅଞ୍ଚଳରେ ବୁଲୁଛନ୍ତି ମାଳ ମାଳ ଷଣ୍ଢ, ବଳଦ, ବୁଲା କୁକୁର।
ପ୍ରକାଶ ଯେ, ପ୍ରାଣୀସମ୍ପଦ ଏବେ ବିପଦରେ ଗାଈ, ବଳଦ, ଷଣ୍ଢକୁ ପାଳନ କରୁଥିବା ମାଲିକମାନେ କେବଳ ବର୍ଷା ଋତୁରେ ନିଜ ଚାଷ ଜମିରେ ଚାଷରେ ହଳ ଲଙ୍ଗଳ ନେଇ ଚାଷ କରାଉଥିବା ବେଳେ ଅନ୍ୟ ସମୟରେ ଏହାକ ଛାଡି ଦଉଛନ୍ତି। ଫଳରେ ସେମାନେ ବଜାରରେ ବୁଲି ହୋଟେଲ ଅଇଁଠା ଖଲିପାତ୍ର, ପ୍ଲାଷ୍ଟିକକୁ ଖାଉଛନ୍ତି।  ଖାଦ୍ୟ ପାଇଁ ଅନେକ ସମୟରେ ଗାଈ ବଳଦ ନିଜନିଜ ମଧ୍ୟରେ ବଲଢ଼ୁଛନ୍ତି। ଯାତ୍ରୀମାନେ ରାସ୍ତାରେ ଯାତାୟାତ କରିବା ବନ୍ଦ ହୋଉଯାଉଛି। ପଞ୍ଚାୟତ ପକ୍ଷରୁ ପଦକ୍ଷେପ ନେବାକୁ ଦାବି ହୋଇଛି ।
Dharitri – Odisha’s No.1 Odia Daily

Share